ପାଣି ପିଇ ୩ ଗୁରୁତର

0 349

ମାଲକାନଗିରି,୨୧/୪(ଏସଏସନିଉଜ) ଜଳଛତ୍ର କେନ୍ଦ୍ରର ମାଠିଆ ପାଣି ଭିତରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।ଏହି ଅଭାବନୀୟ ଘଟଣା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଘଟିଛି । ଗୁରୁତର ହୋଇଥିବା ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏକ ସପ୍ତାହ ତଳେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକଠାରେ ଗ୍ରାମବାସୀ ଓ ପଞ୍ଚାୟତବାସୀଙ୍କ ଉଦ୍ୟମରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଗ୍ରାମର ଜଣେ ମହିଳା ପ୍ରତିଦିନ ମାଟି ହାଣ୍ଡିରେ ପାଣି ରଖୁଥିଲେ । ତେବେ ମହିଳାଜଣଙ୍କ ଅନୁପସ୍ଥିତିରେ କୀଟନାଶକ ଔଷଧ ମିଶା ଯାଇଥିବାର ମାଠିଆ ପାଣି ଯାଞ୍ଚ କରିବା ପରେ ଜଣାପଡିଥିଲା ।

 

 

 

Leave A Reply

Your email address will not be published.