ଘୁଷୁରି ଚୋରିକୁ ନେଇ ସଂଘର୍ଷ

0 369

ବୁଗୁଡ଼ା,୨୧/୪(ଏସଏସନିଉଜ) ଘୁଷୁରି ଚୋରିକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ହେଲା ସଂଘର୍ଷ । ଠେଙ୍ଗା, ଟାଙ୍ଗିଆ ଓ କାତି ଆକ୍ରମଣରେ ଉଭୟ ଗୋଷ୍ଠୀ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି ।ଏଥିସହିତ ପେଲିସ ୨ଟି ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ ୨ଟି ଟାଙ୍ଗିଆ, ୩ କାତି ଓ ୨ଟି ଠେଙ୍ଗାକୁ ଜବତ କରିଛି ।ଏହି ଘଟଣା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମ ବ୍ରିଜ୍ ନିକଟରେ ଘଟିଛି । ୩ ମାସ ତଳେ ଷୋଳମାଇଲି ଗ୍ରାମର ଜି.ଭିକାରି ପାତ୍ରଙ୍କ୩୫ଟି ଘୁଷୁରି ପାଙ୍ଗିଡ଼ି ମଶାଣି ପାଖରୁ ଚୋରି ହୋଇଥିବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା ।ପୂର୍ବରୁ ଘୁଷୁରି ଚୋରି ଅଭିଯୋଗ ରଞ୍ଜନ ପାତ୍ରଙ୍କ ନାମରେ ଥିବାରୁ ତାଙ୍କୁ ସନ୍ଦେହ କରି ଭିକାରିଙ୍କ ପରିବାରଲୋକେ ଗତ ରାତିରେ ତାଙ୍କୁ ପଚରାଉଚରା କରିବାକୁ ଯାଇଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହିଂସାତ୍ମକ ରୂପ ନେଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା ।

 

Leave A Reply

Your email address will not be published.