ମାଆକୁ ହାଣିଲା ଜନ୍ମକଲା ପୁଅ

0 301

ମୟୂରଭଞ୍ଜ,୨୧/(ଏସଏସନିଉଜ) ଜନ୍ମ କଲା ମା ଙ୍କୁ କୁରାଢ଼ୀରେ ଅତି ନୃଶଂସ ଭାବେ ହାଣି ହତ୍ୟା କଲା ପୁଅ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମର ଢେଙ୍କ ସାହିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଘରୋଇ ବଚସାକୁ ନେଇ କାଲି ବିଳମ୍ବିତ ରାତିରେ ନିଶାସକ୍ତ ପୁଅ ଏକ ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିବା ଯୋଗୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଗ୍ରାମବାସୀ ଙ୍କଠାରୁ ଖବର ପାଇ ପୁଲିସ ଅଭିଯୁକ୍ତ ପୁଅ ଲୋସ ହେମ୍ବ୍ରମ୍ କୁ ଗିରଫ କରି କୁରାଢ଼ୀ ଜବତ କରିଛି ।

Leave A Reply

Your email address will not be published.