ପାଣିପାଇପ ଓ ଫିଟିଂ ଚୋରୀ

ସିକୁରିଗାର୍ଡ,କବାଡିଆସହ ୪ଗିରଫ

0 116

ବାରଙ୍ଗ,୧୭ା୩(ଏସଏସନିଉଜ)ବାରଙ୍ଗର ୬ପଂଚାୟତରେ ପାନୀୟଜଳ ଯୋଗାଣ ପାଇଁ ହେଉଥିବା କାମ ନିମନ୍ତେ ହୋଇଥିବା ଗୋଡାଉନରୁ ପାଣିପାଇପ ଓ ଫିଟିଁ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୋଲିସ ଦୁଇ ସିକୁରିଟିଗାର୍ଡ ,କବାଡିଆହ ଅନ୍ୟଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି ।                         ପ୍ରକାସ ଯେ, ଅରୁଣକୁମାରପଣ୍ଡା ନାମକ ବ୍ୟକ୍ତି ବାରଙ୍ଗବ୍ଲକର ୬ପଂଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କାମ କରୁଛନ୍ତି ।ଏଥିନିମନ୍ତେ ସେ ମଧୁବନପଂଚାୟତ କାର୍ଯ୍ୟାଳୟରେ ତାଙ୍କର ଗୋଡାଉନ କରି ସେଠାରେ ପାଇପ ଓ ସଂଯୋଗ ନିମନ୍ତେ ବ୍ୟବହାର ଫିଟିଂ ସାମଗ୍ରିସବୁ ଗଛିତକରିରଖିଥିଲେ ।ଏହାସହ ଏଠାରେ କାମକରୁଥିବା ଲେବରମାନେ ମଧ୍ୟ ରହୁଥିଲେ ।ଜାଗରପାଇଁ ଲେବରମାନେ ଘରକୁ ପଳାଯାଇଥିବାରୁ ମାତ୍ରଦୁଇଜଣ ସିକୁରିଟିଗାର୍ଡ ଏହାକୁ ଜଗିକରିରହିଥିଲେ ।ଏହାସତ୍ୱେ ୧୨ତାରିଖରେ ଗୋଡାଉନରୁ ୨୯ଖଣ୍ଡ ପାଣିପାଇପ ଓ ଏହାକୁ ସଂଯୋଗନିମନ୍ତେ ବ୍ୟବହାର ଫିଟିଂ ଚୋରିହୋଇଥିବାର ୧୫ତାରିଖରେ ଅରୁଣ ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗଆଧାରରେ ବାରଙ୍ଗଥାନାପୋଲିସ ୧୨୩/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଥିଲା ।ବିଶେଷସୁତ୍ରୁଖବରପାଇ ପୋଲିସ ମଧୁବନଗ୍ରାମର କାଳନ୍ଦିମାଝିନାମକ ବ୍ୟକ୍ତିଙ୍କ ଗୁହାଳଘରୁ କିଛି ଚୋରୀସାମଗ୍ରୀ ଜବତକରିବା ସହ କାଳନ୍ଦିକୁ ଗିରଫ କରିଥିଲା ।ଏହାପରେ କାଳନ୍ଦିକୁ ପଚରାଉଚରା କରିବାପରେ ସେ ଓ ତାର ଦୁଇ ସିକୁରିଟିଗାର୍ଡ ସହଯୋଗୀ ମିଶି ଚୋରୀକରିଥିବା ସହ ଅବଶିଂଶ ଚୋରୀସାମଗ୍ରୀକୁ କବାଡିଆକୁ ବିକ୍ରି କରିଥିବାର ପୋଲିସ ଆଗରେ ମାନିଯାଇଥିଲେ ।ପରେ ପୋଲିସ,ନିମାପଡାର ବିରଚିଂସାମଲ,ବାଲିପାଟଣାର ବବିଭୋଇ ଓ ପରେ କବାଡିଆ ଫତେଗଡର ନିରଞନମୁଦୁଲିଙ୍କୁ ଗିରଫ କରିଥିଲେ ।ପୋଲିସ କାଳନ୍ଦି ଓ କବାଡିଆଦୋକାନରୁ ସମୁଦାୟ ୬ଖଣ୍ଡପାଇପ ସହ ଫିଟିଂସାମଗ୍ରି ଜବତ କରିବାସହ ୪ଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.