ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

0 43

 

ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ ଶତପଥୀ, ଡ଼ ବସନ୍ତପଣ୍ଡା ,ଡ଼.ନିଶାମଣି କର, ଡ.କିଶୋରଚନ୍ଦ୍ର ମହାନ୍ତି,ଡ ଜ୍ଞାନରଞ୍ଜନସ୍ବାଇଁ ,ଡ ପ୍ରଦୀପ୍ତ ପଣ୍ଡା,ଲେଖକ ନିହାରରଞ୍ଜନଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତିର ଓଡ଼ିଶା ରାଜ୍ୟସଂଗଠନ ସମ୍ପାଦକ ତାରକଦାସ ଏହାର ଆଭିମୁଖ୍ୟ ଉପରେ ମତବ୍ୟକ୍ତ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତକୁମାରରାଉତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ତିନିଶହରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.