ଆତଙ୍କ କରୁଛନ୍ତି ୧୨ଟିକିଆ ହାତୀପଲ

0 33

ଆସ୍କା,୧୭ା୩(ଏସଏସନିଉଜ) ଧରାକୋଟରେ ୧୨ଟିକିଆ ହାତୀପଲର ଆତଙ୍କ ଦେଖାଦେଇଛି।ହାତୀପଲକୁ ଘଉଡ଼ାଇବା ପାଇଁ ସାରା ରାତି ବନ ବିଭାଗ ଓ ଗାଁଲୋକଙ୍କୁ ନାକେଦମ ହେବାକୁ ପଡିଛିା ଏକମାସରୁ ଅଧିକ ଦିନ ହେବସନ୍ଧ୍ୟାହେବାମାତ୍ରେ ୧୨ଟିକିଆ ହାତୀପଲ ଆସିକା ରେଞ୍ଜ’ର ଶେରଗଡ଼ ପରେ ଏବେ ଧରାକୋଟ ବ୍ଲକରେ ଆତଙ୍କ ଖେଳାଇଛନ୍ତି ।ପୁଣିଗତ ୩ ଦିନ ହେବ ଶରଧାପୁର ଓ ହିରାଖଣ୍ଡି ଗାଁରେ ପଶି ଲୋକଙ୍କ ଫସଲ ସହ ପନିପରିବା ଚାଷ ନଷ୍ଟ କରୁଛନ୍ତି ।ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ ।ଯାହାକୁନେଇ ଗ୍ରାମବାସୀମାନେ ଆତଙ୍କିତ ହୋପଡିଛନ୍ତି ।ଗ୍ରାମବାସୀ ଓ ବନବିଭାଗ ମିଶିକରି ବିଦ୍ୟୁତ କାଟ କରି ହାତୀପଲକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.