ପାର୍ବଣ ପାଇଁ କେନ୍ଦ୍ରର ଗାଇଡଲାଇନ

0 273

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ)ପୁଣି ମାସେ ବଢିଲା କରୋନା କଟକଣା । ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଆଗକୁ ଆସୁଛି ପାର୍ବଣରୁତୁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଗାଇଡଲାଇନ୍ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପାର୍ବଣ ସମୟରେ ମେଳା,ମହୋତ୍ସବ କରାଯାଉଥିବାରୁ ଅଧିକ ଜନଗହଳି ହୋଇଥାଏ ।ଯାହାଫଳରେ କରୋନା ସଂକ୍ରମଣ ବଢ଼ାଇବା ଆଶଙ୍କା ଦେଖାଦେଇଥାଏ ।ଏଥର ଅଧିକ ଜନଗହଳି ନହୁଏ, କୋଭିଡ ନିୟମାବଳୀକୁ କଡାକଡି ଲୋକମାନେ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ ।ଏହାସହ ସଂକ୍ରମଣ ବଢୁଥିବା ସ୍ଥାନକୁ ଅବିଳମ୍ବେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।ଏହାସହ ପାଞ୍ଚ ସୂତ୍ରୀ ମନ୍ତ୍ର-ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ରେ କୁହାଯାଇଛି ।

Leave A Reply

Your email address will not be published.