ପାର୍ବଣପାଇଁ ନୁଆ ଏସଓପି ଜାରି କଲେ କେନ୍ଦ୍ର ସରକାର

0 238

ଈୁବନେଶ୍ୱର, ୨୪/୧୦(ଏସଏସନିୟୁଜ) ପାର୍ବଣ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର କରୋନା ପ୍ରତି ସଜାଗ ରହିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଇଥିବା ଚିଠିରେ କହିଛନ୍ତିଯେ, କେନ୍ଦ୍ର ସରକାର ଯେଉଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି, ତାକୁ ସମସ୍ତେ ପାଳନ କରନ୍ତୁ । ପଜିଟିଭିଟି ୫% ପ୍ରତିଶତରୁ ଅଧିକ ଥିବା ଅଞ୍ଚଳ ଓ କଣ୍ଟେନମେଣ୍ଟ୍ ଜୋନ୍‌ରେ ଗହଳି ନ କରିବାକୁ ସତର୍କ କରାଇ ଦେଇଛନ୍ତି। ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦେଶରେ ଟିକାକରଣ ୧୦୦ କୋଟିକୁ ଟପିଥିଲେ ବି ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ନହେବା ଯାଏଁ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ମଲ୍ ଓ ବ୍ୟବସାୟିକ ପେଣସ୍ଥଳିରେ ଯେପରି ଗହଳି ନହୁଏ ସେଥିପ୍ରତି ଦୃଷ୍ଟିଦେବା ସହ ୨୦୨୦ ନଭେମ୍ବରର କୋଭିଡ ଗାଇଡ ଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.