ପରିବାବ୍ୟବସାୟୀଙ୍କୁ ଗୁଳିମାଡ

0 263

ବାରଙ୍ଗ,୨୭/୧(ଏସଏସନିୟୁଜ) ଭୁବନେଶ୍ୱର ନୁଆରେଳଷ୍ଟେସନ ରାସ୍ତାରେ ଗୁଳିମାଡ । ସୋମବାର ସକାଳେ ଜଣେ ପରିବାବ୍ୟବସାୟୀକୁ ହୋଇଛି ଏହି ଗୁଳିମାଡ ।ବାଇକରେ ଆସି ଦୁଇଜଣ ଦୁର୍ବୁତ ଗୁଳିମାଡକରି ଫେରାର ହୋଇଯାଇଛନ୍ତି । ଗୁଳିମାଡରେ ଗୁରୁତର ଆହତ ହୋଇଛନ୍ତି ଢାଉଆ ଗ୍ରାମର ସମିରକାଣ୍ଡି ।ପୋଲିସ ଖବରପାଇ ସମିରକୁ ଚିକିସ୍।ପାଇଁ ଡାକ୍ତରଖାନାରେ ଭର୍ତିକରିବା ସହ ଘଟଣାସ୍ଥଳରୁ ଫୁଟିଥିବା ଗୁଳିକୁ ଜବତ କରିଛି ।
ଢାଉଆ ଗ୍ରାମର ସମିରକାଣ୍ଡି ବିଡିଏ ମାର୍କେଟରେ ପରିବା ବ୍ୟବସାୟ କରି ଏଥିରୁ ଉପର୍ଜିତ ଅର୍ଥରେ ପରିବାର ପ୍ରତିପୋଷଣ କରୁଛନ୍ତି । ସୋମବାର ସକାଳେ ସମିର ତାର ଜଣେ ସହଯୋଗୀକୁ ସାଙ୍ଗରେ ନେଇ ଏକ ବାଇକ ଯୋଗେ ବାରଙ୍ଗ ରୁ ପରିବା ଆଣିବାପାଇଁ ଯାଉଥିଲେ ।

ଭୁବନେଶ୍ୱରନୁଆରେଳ ଷ୍ଟେସନ ନିକଟରେ ପହଁଚିଥିବାବେଳେ ପଛପଟୁ ଏକ ବାଇକରେ ଦୁଇଜଣ ଯୁବକ ଆସି ସମିର ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁଳିଯାଇ ସମିରର ଜଂଘରେ ବାଜିଥିଲା ।ସଙ୍ଗେସଙ୍ଗେ ସମିର ଯାଉଥିବା ବାଇକରୁ ତଳକୁ ଖସି ପଡିଥିଲେ । ଖବରପାଇ ନନ୍ଦନକାନନ ଥାନା ପୋଲସ ଆସି ଗୁରୁତର ଆହତ ହୋଇଥିବା ସମିରକୁ ଚିକିସ୍‌।ପାଇଁ କିମ୍‌ସ ଡାକ୍ତରଖାନାକୁ ପଠାଇଥିଲେ । ତଦନ୍ତ ସମୟରେ ପୋଲିସ ଘଟଣାସ୍ଥଳରୁ ଫୁଟିଥିବା ଏକ ଗୁଳି ପଡିଥିବାବେଲେ ତାକୁ ଜବତ କରିଥିବାର ଜଣାପଡିଛି ।

Leave A Reply

Your email address will not be published.