ପର୍ଯ୍ୟଟକଙ୍କ ମନ ଜିଣିବେ

ଖବର ଆଜିର,ତାରିଖ ୧୨-୦୭-୨୦୨୧/ସୋମବାର

0 242

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ ।
୨-ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି ।
୩-ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ ।
୪-କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌।
୫-ପର୍ଯ୍ୟଟକଙ୍କ ମନ ଜିଣିବେ ସରକାର, ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ସ୍ଥାନରେ ହେବ ବୋଟିଂ ସେବା ।
୬-ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ : ସ୍ବାସ୍ଥ୍ୟ ବିଶେଷଜ୍ଞ ।
୭-–ଜଳଜୀବନ ମିଶନରେ ଓଡ଼ିଶାକୁ ୩,୩୨୩ କୋଟି ମଞ୍ଜୁର। ୨୦୨୧-୨୨ ବର୍ଷ ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର।
୮–ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି,୨୧ ଜଣ ଡିଏସପି,୬୪ ଜଣ ଇନସପେକ୍ଟର,୨୨୨ ଏଏସଆଇ ଏବଂ ଏସଆଇଙ୍କୁ ଦାୟିତ୍ୱ ଦିଆଯାଇଛି।
୯–ଦ୍ବିତୀୟ ଜାତୀୟ ​ଲୋକ ଅଦାଲତ: ୩୫ଟି ବୀମା ଅଭିଯୋଗ ଫଇସଲା, କ୍ଷତିପୂରଣ ପାଇଁ ଆଦାୟ ହେଲା ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା ।
୧୦-–ନୂଆ ଆଇଟି ଆଇନ-୨୦୨୧ର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୂଆ ଗାଇଡଲାଇନ ୟୁଜରଙ୍କ ସୁରକ୍ଷା, ନିରାପତ୍ତା ଓ ଦାୟିତ୍ବବୋଧ ବଢ଼ାଇବ କହିଲେ ଅଶ୍ବିନୀ ବୈଷ୍ଣବ ।
୧୧–ଖୋଲିଲା ହୀରାକୁଦ ଜଳ ଭଣ୍ଡାର, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ।
୧୨-ବିନୟ ପ୍ରକାଶଙ୍କୁ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ବିଟର୍ ।
୧୩-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା । ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ ।
୧୪-ଯୁକ୍ତ୨ ମୂଲ୍ୟାୟନ: ୧୫ ସୁଦ୍ଧା ପ୍ରାକ୍ଟିକାଲ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ ।
୧୫-ଗର୍ଭଗୃହର ଲେଜର ସ୍କାନିଂ ହେବନାହିଁ, ଶ୍ରୀମନ୍ଦିର ପ୍ରଶାସନ ଦେଲାନି ଅନୁମତି
୧୬-ଷଷ୍ଠ ଥର ନୋଭାକ ଜୋକୋଭିକ୍‌ ଜିତିଲେ ଓ୍ବିମ୍ବଲଡନ ଟାଇଟଲ, ଫେଡରର ଏବଂ ନାଡାଲଙ୍କ ସହ ହେଲେ ସମକକ୍ଷ ।
୧୭-କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ତାତ୍ସଲ୍ୟ, କହିଲେ- ମନ୍ତ୍ରୀଙ୍କ ସଂଖ୍ୟା ବଢିଗଲା, ହେଲେ ଟିକା ତ ବଢିଲାନି ।
ଶୁଭ ସକାଳ,ସୁପ୍ରଭାତ

 

Leave A Reply

Your email address will not be published.