ଆଜିର ଅନୁଚିନ୍ତା

ତାରିଖ : ୧୨-୦୭-୨୦୨୧,ସୋମବାର

0 683

?ବିଶ୍ୱାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ। ସେହିଭଳି ପ୍ରତେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ ।
?କିଛି ପାଇବାକୁ ହେଲେ, କିଛି ହରାଇବାକୁ ପଡିଥାଏ। ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ, ପୁରୁଣା ସାଥିଟିକୁ ହରାଇ ଦିଅନ୍ତି ।
?ଯଦି ଭଗବାନଙ୍କ ନାମ ଶୁଣିବା ମାତ୍ରେ ତୁମ ଆଖିରେ ଲୁହ ଆସେ ଆଉ ତୁମ ଲୋମ ଟାଙ୍କୁରି ଉଠେ ,ତାହେଲେ ଜାଣିବ ତୁମ ମନ କାମିନୀ କାଞ୍ଚନ ଠାରୁ ମୁକ୍ତ ହୋଇଛି ଏବଂ ତୁମେ ଭଗବାନ ଲାଭ କରିଛ ।
?ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି, କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଳନ୍ତି ।
?ପରମେଶ୍ବର ମନୁଷ୍ୟମାନଙ୍କୁ ସମ୍ପଦ ଓ ବିପଦ ଦ୍ବାରା ପରୀକ୍ଷା କରନ୍ତି ।
ଆଜିର ସାଧୁବାଣୀ
?ଘରେ ବ୍ୟୁବହୃତ ପାଣି ଟ୍ୟାପ୍ ରୁ ପାଣି ବନ୍ଦ ପରେ ପାଣି ଝରିଲେ ଘର ର ଅମଙ୍ଗଳ ହୋଇଥାଏ ।
?ଟି.ଭି., ବିଜୁଳି ସୁଇଚ୍ ଆଦି ଆଗ୍ନେୟ କୋଣରେ ରହିବା ଉଚିତ। ବୃଦ୍ଧଙ୍କ ପାଇଁ ପୂର୍ବ ଦିଗ ଶୁଭ ହୋଇଥାଏ | ପୂର୍ବକୁ ମୁଣ୍ଡ ରଖି ଶିଓଇଲେ ଆତ୍ମିକ ଶକ୍ତି ବଢେ ।।
?ବୋହୁ ବାପ ଘରେ ଆଉ ଶାଶୂଘରେ ଏକାଦିନ ରେ ଭୋଜନ କଲେ ଅମଙ୍ଗଳ ହୋଇଥାଏ ।
?ଛେଳି ଖୁରାର ଧୂଳି,ଘୁଷୁରି ଗୋଡ଼ ର ଧୁଳି, ଛାଞ୍ଚୁଣି ର ଧୁଳି ଏବଂ ରଜସ୍ପଳା ନାରୀର ପାଦ ଧୁଳି ଠାକୁର ଘରେ ପଡିଲେ ଅଶୁଭ ହୋଇଥାଏ ।
?ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁ ନାହିଁ ତେବେ ପକେଟ ରେ ବା ପଇସା ରଖିବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ । ଏହା ଦ୍ବାରା କିଛି ଲାଭ ମିଳିଥାଏ ।

ଓଁ ନମଃ ଶିବାୟ,ଶୁଭ ସକାଳ ଆଜି ସୋମବାର ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା , ପ୍ରଭୁ ଜଗନ୍ନାଥ ଓ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ।ପ୍ରଭୁ ଦେବ ଦେବ ମହାଦେବ ,ଜଗତର ନାଥ ଜଗନ୍ନାଥ  ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ।

Leave A Reply

Your email address will not be published.