ଝୁଲି ଝୁଲି ଆସୁଛନ୍ତି ଚକାନୟନ

0 230

ପୁରୀ,୧୨/୭(ଏସଏସନିୟୁଜ)ଶ୍ରୀମନ୍ଦିରରୁ ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବାହାରିଆସିଛନ୍ତି ଶ୍ରୀଜିଉ। ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜିଉ । ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଚି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଝୁଲି ଝୁଲି ଆସୁଛନ୍ତି । ଚାମର ପଡ଼ୁଛି, ଆଲଟ ହେବାସହ ବିଜେ କାହାଳୀ ବି ବାଜୁଛି ।

ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥ ।ତେବେ କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ହୋଇପଡିଛି ବଡ଼ଦାଣ୍ଡ ।ତେବେ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟରୂପକୁ ଘରେ ବସି ଟିଭି ମାଧ୍ୟମରେ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.