ସଫଳ ପରୀକ୍ଷଣ ହେଲା ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସ

0 153

ଭୁବନେଶ୍ୱର, ୧୨/୭(ଏସଏସନିୟୁଜ) ବାଲେଶ୍ବର ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ର ୩ନଂ ଲଞ୍ଚପ୍ୟାଡ଼ରୁ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମସର ସୋମବାର ସକାଳ ୧୦ଟା ୧୫ ମିନିଟରେ ସଫଳ ପରୀକ୍ଷଣ କରାଯାଇଛି ।ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ।ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ମିସାଇଲ ଲମ୍ବ ୮.୪ ମିଟର ଥିବାବେଳେ ପ୍ରସ୍ଥ ୦.୬ ମିଟର ରହିଛି । ୩ହଜାର କିଲୋଗ୍ରାମ ପର୍ଯ୍ୟନ୍ତ  ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିବ ।

Leave A Reply

Your email address will not be published.