ପରିତ୍ୟକ୍ତ ଘର ପାଖରୁ ବରହାର ମୃତଦେହ ଉଦ୍ଧାର

0 194

 

ମେଣ୍ଢାଶାଳ,୧୫/୩(ଏସ ଏସ ନିଉଜ)ମେଣ୍ଢାଶାଳ ଗାଁ ର ଏକ ପରିତ୍ୟକ୍ତ ଘରୁ ୩ବର୍ଷର ଏକ ବରହା ଜଣେ ଯୁବତୀଙ୍କୁ ଆକ୍ରମଣ କରି ମୃତୁ ବରଣ କରିଛି।ବର ହା ଟି ସକାଳେ ପିତାପଲି-ଚନ୍ଦକା ରାସ୍ତାର ଭଗୁଜେନା ବାଙ୍କ ନିକଟରୁ ଗାଁ ଭିତରକୁ ଦ୍ରୁତଗତିରେ ଆସୁଥିବାର ଗ୍ରାମବାସୀମାନେ ଦେଖିଥିଲେ।ଗାଁ ମୁଣ୍ଡରେ ଥିବା ବିଶ୍ୱାଳ ସାହିର ସତ୍ୟଭମା ବିଶ୍ୱାଳ ନାମକ ଯୁବତୀ ବାଡ଼ି ପଛପଟେ ଓଳାଉଥିଲେ।ଏହି ସମୟରେ ବର ହା ଟି ଆସି ଯୁବତୀଙ୍କ ପଛପଟ ଜଙ୍ଘ ଓ ପିଚାକୁ କାମୁଡ଼ିଦେଇଥିଲା ।ଯୁବତୀଙ୍କ ଚିକ୍ତାର ଶୁଣି ଗ୍ରାମବାସୀମାନେ ପହଂଚିବାରୁ ବର ହାଟି ପଳାଇଯାଇଥିଲା।ବର ହାଟି ରବିନ୍ଦ୍ର ପଲେଇଙ୍କ ପରିତ୍ୟକ୍ତ ଘର ଦେଇ ଦ୍ରୁତଗତିରେ ଯାଉଥିବା ବେଳେ ଏକ ଉଚ୍ଚ କାନ୍ଥରେ ମାଡ଼ ହୋଇ ତଳେ ପଡିଯାଇଥିଲା ।ଫାଣ୍ଡିଠାରୁ ଖବର ପାଇ ମିନ ଚିନ୍ ପାଟଣା ରେଞ୍ଜ ର କର୍ମଚାରିମାନେ ଆସି ମୃତ ବର ହାକୁ ନେଇଯିବା ସହ ଦୁର୍ଘଟଣାରେ ବାର ହଟିର ମୃତୁ ଘଟିଲା ବୋଲି କହିଥିଲେ ।(ପଦ୍ମଚରଣ ବଡ଼ଜେନା ଙ୍କ ରିପୋର୍ଟ)

 

Leave A Reply

Your email address will not be published.