ପୁରୀମେନ୍ କେନାଲରେ କୁମ୍ଭୀର

0 331

ବାରଙ୍ଗ ୧୫/୩(ଏସ ଏସ ନିଉଜ) ବାରଙ୍ଗ ପୁରୀମେନ୍ କେନାଲରେ ବୁଲୁଛି କୁମ୍ଭୀର।ମଙ୍ଗଳବାର ଅପରାହ୍ନରେ କେତେଜଣ ଯୁବକ ବାରଙ୍ଗଥାନା ନିକଟ କଣ୍ଟାପାଟଣା ଗାଁମୁଣ୍ଡ ପୁରୀମେନ୍ କେନାଲକୁ ଶୈାଚ ହେବାକୁ ଯାଇଥିଲେ।ପାଣିରେ ପଶିଥିବାବେଳେ ଏକ କୁମ୍ଭୀର ପାଣିରେ ପହଁରୁଥିବା ଦେଖି ଭୟରେ ଉପରକୁ ପଳାଇଆସିଥିଲେ।ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା।ଏହି ଘଟଣାକୁ ନେଇ ବାରଙ୍ଗ,ଶ୍ରୀବନ୍ତପୁର, କଣ୍ଟାପାଟଣା, ପଞ୍ଚୁପାଳ,କାନପୁର,ନୟାପାଟଣା ଆଦି କେନାଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.