ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି..

ଆଜିର ଖବର ତାରିଖ–03-JAN-2022 (ସୋମବାର)

0 383

୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ।
୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।
୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ କରିଛନ୍ତି।
୪. ପଶ୍ଚିମବଙ୍ଗରେ ବି ହୁ ହୁ ହୋଇ ବଢୁଛି ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୩ ନୂଆ ଆକ୍ରାନ୍ତ। ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି।
୫. ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଘରୋଇ ଦକ୍ଷି ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି।
୬. ସୋମବାରଠୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ, କୋଓ୍ଵିନରେ ରେଜିଷ୍ଟର କରିସାରିଲେଣି ୬ ଲକ୍ଷ।
୭. ଚାଇନାର ୟୁନାନ୍‌ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି।
୮. ବିଳମ୍ବରେ ଟିକା ନେବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ପରୀକ୍ଷା ଥିବାରୁ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ ବିଳମ୍ବରେ ଟିକା ନେବେ। ଜାନୁଆରୀ ୮ ତାରିଖ ପରେ ଦଶମ ଏବଂ ୧୧ ତାରିଖ ପରେ ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଯିବ।
୯. ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।
୧୦. ମୁମ୍ବାଇରେ କରୋନା ଅନିୟନ୍ତ୍ରିତ : ଦୈନିକ ମାମଲା ଆଠ ହଜାର ପାର, ମହାରାଷ୍ଟ୍ରରେ ୧୧ ହଜାରରୁ ଅଧିକ ସଂକ୍ରମିତ।
୧୧. UP ବିଧାନସଭା ନିର୍ବାଚନ: ସର୍ଭେକ୍ଷଣରୁ ଆସିଲା ଚମକାଇଲା ଭଳି ତଥ୍ୟ, ସପାକୁ ପାଖାପାଖି ୧୫୦, ବିଜେପିକୁ ମିଳିବ ୨୫୦ରୁ ବି କମ ଆସନ।
୧୨. ରବିବାର ଦିନ ଦକ୍ଷିଣ ଆଫ୍ରିକାର ସଂସଦ ଗୃହରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି।
୧୩. ରାଜଧାନୀ ଦିଲ୍ଲୀରୁ ୨୪ ଘଣ୍ଟାରେ ୩୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଏବଂ ଜଣକର ମୃତ୍ୟୁ ହୋଇଛି।
୧୪. ଉତ୍ତରପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ।
୧୫. ଜମ୍ମୁ କାଶ୍ମୀର: ସୁରକ୍ଷା ବଳଙ୍କ ଗୁଳିରେ ନିହତ ଆତଙ୍କୀ ନିକଟରୁ ପାକିସ୍ତାନୀ ପଇସା ଓ ସିମ୍ କାର୍ଡ ଜବତ।
୧୬. ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଉଛି ପଡୋଶୀ: କୋରାପୁଟ ଜିଲ୍ଲାର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର ଦଲାଲ।
୧୭. ଗତକାଲି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
୧୮. ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ୨ସପ୍ତାହ ପାଇଁ ଅଦାଲତରେ ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ।
୧୯. ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।
୨୦. ଓମିକ୍ରନକୁ ହରାଇବା ସହ ଟିକା ପ୍ରଭାବକୁ ୮୮%କୁ ବୃଦ୍ଧି କରିବ ତୃତୀୟ ଡୋଜ: ବ୍ରିଟେନ।
୨୧. ଶୀତରେ ଥରିବ ଓଡ଼ିଶା: ପାଣିପାଗ ବିଭାଗର ସତର୍କ ସୂଚନା, ପଶ୍ଚିମ ଓଡ଼ିଶାରେ ଶୀତ ଲହରୀ।
୨୨. ନୂଆ ବର୍ଷରେ ନୂଆ ଝଲକ୍‌ରେ ନଜର ଆସିବେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଡ ପରଦାରେ ଆସିବ ରାଧା କ୍ରିଷ୍ଣା କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଧେ ଶ୍ୟାମ’ । ଚଳିତ ମାସ ୧୪ ତାରିଖରେ ରିଲିଜ୍‌ ହେବ।
୨୩. ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନୂଆ ମୁଖିଆ ।
1- ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ2-ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ବରେ ରହିବେ।3-ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ
4-ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ5-ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ବ ପ୍ରଦାନ6- ହେମନ୍ତ ଶର୍ମା-ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବପରି ତାଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇପିକଲର ଅଧ୍ୟକ୍ଷ ରହିବେ।7-ବିଷ୍ଣପଦ ସେଠୀ- ସ୍କୁଲ ଓ ଗଣଶିକ୍ଷା ବିଭାଗର  ପ୍ରିନସପାଲ ସଚିବ ଏଥିସହିତ ବାଣିଜ୍ୟ ଓ ପରିବହନ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ବ8-ସୁରେଶ ବୈଷିଷ୍ଠ-ଅଫିସର ଅନ ସ୍ପେଶାଲ ଡିୟୁଟି , ସାଧାରଣ ପ୍ରଶାସନ ବିଭାଗ।9-ଭାସ୍କରଜ୍ୟୋତି ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ, ସେ ପୂର୍ବପରି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦାଟିତ୍ବରେ ରହିବେ।10-ଭୂପେନ୍ଦ୍ର ସିଂ ପୁନଲା- ଇଡିକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବ ପରି  ଏମଡି ଇପିକୋଲ, ଏମଡି ଓଏଫଡିସିରେ କାର୍ଯ୍ୟ କରିବେ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ।(Please Take Care)ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨,ଶୁଭସକାଳ , GOOD MORNING,ଭଲ କଥା ଗ୍ରହଣ କରି ଜୀବନରେ ତାକୁ କାର୍ଯ୍ୟରେ ନ ଲଗାଇବାଟା ଜମି ଚାଷ କରି ବିହନ ନ ବୁଣିବା ସଙ୍ଗେ ସମାନ….

Leave A Reply

Your email address will not be published.