ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

0 158

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି ।
ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା ଚଳଚିତ୍ରରେ ଓଡିଶାଇତିହାସକୁ ମଧ୍ୟ ସେ ବିକୃତକରିଥିଲେ । ଏବେ ପଠାନଚଳଚିତ୍ରରେ ଯେଭଳି ସେଭାରତୀୟ ସଂସ୍କୃତିକୁ ନଷ୍ଟକରିଛନ୍ତି ଓ ଅଙ୍ଗପ୍ରଦର୍ଶନକୁ ପ୍ରାଧାନ୍ୟଦେଇଛନ୍ତି ତାହାକୁ ବରଦାସ୍ତ କରାଯିବନାହିଁ । ଏହି ଚଳଚିତ୍ର ଓଡିଶାରେ ପ୍ରଦର୍ଶିତହେଲେ ତାହା ସଂସ୍କୃତିସମ୍ପନ୍ନ ରାଜ୍ୟ ଓଡିଶାରେ ଖରାପପ୍ରଭାବ ପକାଇବ । ଏହାଦ୍ୱାରା ରାଜ୍ୟ ତଥା ଦେଶର ଭବିଷ୍ୟତପୀଢି କୁପଥରେ ଯିବେବୋଲି ଶ୍ରୀ ରଥକହିଛନ୍ତି ।
ଏହାକୁ ଦୃଷ୍ଟିରେରଖି ଓଡିଶାରେ କୌଣସିମତେ ପଠାନଚଳଚିତ୍ରକୁ ପ୍ରଦର୍ଶନ ସୁଯୋଗ ଦିଆଯିବନାହିଁ । ଏହି ଚଳଚିତ୍ରକୁ ନିଜନିଜପ୍ରେକ୍ଷାଳୟରେ ପ୍ରଦର୍ଶନ ନକରିବାପାଇଁ ଶ୍ରୀ ରଥ ଫିଲ୍ମହଲ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି । ଏହାବାଦ୍‍ ଯଦି ଚଳଚିତ୍ରକୁ କେହି ପ୍ରଦର୍ଶନକରନ୍ତି ତେବେ କଳିଙ୍ଗସୈନିକମାନେ ଏହାର ଦୃଢଜବାବ ଦେବେବୋଲି ରଥ ଚେତାବନୀଦେଇଛନ୍ତି ।

Leave A Reply

Your email address will not be published.