ପେଶାଦାର ସାଇକେଲଚୋର ଗିରଫ

0 124

ଗଞ୍ଜାମ ,୨୪ା୨(ଏସଏସନିଉଜ) ହିଞ୍ଜିଳିପୁଲିସ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୧୯ଟି ସାଇକେଲ ଜବତ କରିଛି।ଗିରଫ ଅଭିଯୁକ୍ତ ହେଲେ କବିସୂର‌୍ୟ୍ୟନଗରଥାନା ପଂକଳବାଡୀଗାଁର ସାଗର ନାହାକ ଓ ରଜନୀକାନ୍ତ ନାହାକ । ଗତ୨୦ ତାରିଖରେ ହିଞ୍ଜିଳିକାଟୁ ଆଙ୍କରଡ଼ାଗ୍ରାମର ପ୍ରହଲ୍ଲାଦଗୌଡ଼ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ ନିଜ ସାଇକେଲଟିକୁ ରଖି ମନ୍ଦିରରୁ ଦର୍ଶନସାରି ଫେରିଲାବେଳକୁ ସାଇକେଲଟି ନପାଇବାରୁ ହିଞ୍ଜିଳିଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୧୧/୨୩ରେ ଏକ ମାମଲା ରୁଜୁକରି ତଦନ୍ତ କରିବାବେଳେ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫକରିବାସହ କୋର୍ଟଚାଳଣ କରିଛି ।

 

Leave A Reply

Your email address will not be published.