ପିକଅପ୍ – ଟାଟାଏସି ମୁହାଁମୁହିଁ ଧକ୍କା , ୪ଜଣ ଗୁରୁତର

ମେଘା ଧୁରୁକୁଡିଆ ଛକପାଖରେ ପିକଅପ୍‌ଭ୍ୟାନ୍ ସହ ଟାଟାଏସି ମୁହାଁମୁହିଁ ଧକ୍କା

0 287

ଆଠଗଡ,୧୩/୧୧(ଏସ୍‌ଏସ୍‌ନିୟୁଜ) ମେଘା ଧୁରୁକୁଡିଆ ଛକପାଖରେ ପିକଅପ୍‌ଭ୍ୟାନ୍ ସହ ଟାଟାଏସି ମୁହାଁମୁହିଁ ଧକ୍କା ହେବାରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଆଠଗଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରକାସ ଯେ,ଆଜି ଅପରାହ୍ନରେ ଆଠଗଡରୁ ଭୁବନେଶ୍ୱର ଯାଉଥିବା ପିକଅପ୍ ଭ୍ୟାନ ସହ ବିପରିତ ଦୀଗରୁ ଅନୁଗୁଳରୁ ଆସୁଥିବା ଏକ ଟାଟାଏସି ସହ ଧୁରୁକୁଡିଆ ଛକ ପାଖରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଟାଟାଏସି ଗାଡିରେ ଥିବା ୩ଜଣ ଗୁରୁତର ଆହତ ହେବାସହ ପିକଅପଯ ଭ୍ୟାନର ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଦମକଳବାହିନିର କର୍ମଚାରୀମାନେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଠଗଡ ଓ ପରେ କଟକବଡ ଡାକ୍ତରଖାନାକୁ ପଠାଇଥିଲେ ।ଆହତମାନେ ହେଲେ ବ୍ରହ୍ମପୁର ଅଂଚଳର ଗୋବିନ୍ଦଦାସ, କୁନା ଦାସ,ପବିତ୍ର ନାୟକ ଓ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ ।ଦୁର୍ଘଟଣା ପରେ ପିକଅପ ଭ୍ୟାନର ଚାଳକ ଫେରାର ହୋଇଯାଇଥିବାବେଳେ ଆଠଗଡଥାନା ପୋଲିସ ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତ କରିଛି ।

Leave A Reply

Your email address will not be published.