ପିକଅପ୍ ଭ୍ୟାନ୍ ରୁ ଜବତ ହେଲା ୨୬ ବସ୍ତା ଭାଙ୍ଗ

0 167

ଭଞ୍ଜନଗର,୨୬/୬(ଏସଏସନିୟୁଜ) ଗାଙ୍ଗପୁର ଥାନା ପୋଲିସ ପିକଅପ୍ ଭ୍ୟାନରେ ଆସୁଥିବା ୨୬ ବସ୍ତା ଭାଙ୍ଗ ଜବତକରିବାସହ ଚାଳକକୁ ଗିରଫ କରିଛି ।ଚାଳକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୁଡିପଡା ଗ୍ରାମର ବନମାଳୀ ସିଂ (୨୫) । ଓ.ଡି – ୨୫ ଜି- ୪୭୦୨ ନମ୍ବର ବୋଲେରୋ ପିକଅପ୍ ଭ୍ୟାନ ଯୋଗେ ଚାଳକ ବନମାଳୀ ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗାଁ ନିକଟରୁ ଭାଙ୍ଗବସ୍ତାବୋଝେଇ କରି ନୟାଗଡ଼ ଅଭିମୁଖେ ଆସୁଥିଲେ । ଗାଙ୍ଗପୁର ଥାନା ପୋଲିସ ପେଟ୍ରୋଲିଂ ବେଳେ ନାହାଡା-କେନ୍ଦୁପଦର ରାସ୍ତାର ବଡନଦୀ ପୋଲ ନିକଟରେ ପିକଅପ୍ ଭ୍ୟାନ କୁ ଅଟକାଇବାପରେ ୨୬ ଟି ବସ୍ତାରେ ୭୯୯ କିଲୋ ଭାଙ୍ଗ ଥିବାର ଜାଣିବାକୁ ପାଇଥିଲେ । ୨୭୦/୨୧କେଶନଂରେ ଏକ ମକଦ୍ଦମାରୁଜୁକରି ଭାଙ୍ଗବୋଝେଇ ପିକଅପ୍ ଭ୍ୟାନକୁ ଜବତକରି ଚାଳକକୁ କୋର୍ଟଚାଳଣ କରିଛନ୍ତି ।

Leave A Reply

Your email address will not be published.