ଋାସ୍ତାକଡ଼ରେ ପଡିଥିଲା ମହିଳାଙ୍କ ମୃତଦେହ,ପାଖରେଥିଲା ୪ବର୍ଷର ଶିଶୁ

0 211

କେନ୍ଦ୍ରାପଡ଼ା,୨୬/୬(ଏସଏସନିୟୁଜ) ଆଜି ସକାଳେ ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତା କଡ଼ରେ ପଡିଥିଲା ଜଣେ ମହିଳାଙ୍କ ମୃତଦେହ ଓ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲା ୪ବର୍ଷର ଶିଶୁ ।ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବରଦେଇଥିଲେ । ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଗୁରୁତରଅବସ୍ଥାରେ ଥିବା ଶିଶୁଟିକୁ ଉଦ୍ଧାର କରି ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଗଳାକାଟି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ଜାଣିବାକୁ ପାଇଥିବାବେଳେ ମହିଳାଙ୍କ ପରିଚୟ ଓ ଏହି ସ୍ଥାନକୁ କିପରି ଆସିଲେ ତାହା ଜାଣିବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.