ପୁତୁରା ପ୍ରେମରେ ପାଗଳ ମାଉସୀ

0 574

ଚନ୍ଦ୍ରଶେଖରପୁର,୯/୮(ଏସ ଏସ ନିୟୁଜ)ପ୍ରେମ ପାଇଁ ମଣିଷ ବେଳେ ବେଳେ ପାଗଳ ହୋଇଯାଏ।କେତେବେଳେ କଣ ଯେ କରେ ତାର ହିତାହତ ଜ୍ଞାନ ଭୁଲିଯାଏ।ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି।
ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇ ପୁତୁରା ବିବାହ ପରେ ମଧ୍ୟ ପାଖରେ ରହିବାକୁ ଜିଦ ଧରିଛନ୍ତି। ଏଥିରେରାଜି ନହେବାରୁ ପୁୁତୁରା ବିରୁଦ୍ଧରେ   ଥାନା ରେ ଅଭିଯୋଗ କରିଛନ୍ତି।

ପ୍ରକାଶଯେ, ୟୁନିଟ୍‌ ୬ ଅଞ୍ଚଳର ୪୨ ବର୍ଷୀୟ ଜୈନିକା ମହିଳା ୨୦୧୭ମସିହାରୁନୀଳାଦ୍ରିବିହାରରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଘରେ ରହୁଥିଲେ । ରହିବା ସମୟରେ ଭଉଣୀଙ୍କ ୨୮ ବର୍ଷୀୟ ପୁଅଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିବା ସହ ଉଭୟ ଖୁଲମଖୁଲା ବୁଲାବୁଲି ଆରମ୍ଭ କରିଥିଲେ । ତେବେ ଘର ଲୋକ ହଠାତ୍‌ ପୁତୁରାର ବାହାଘର କରିଦେବାରୁ ଏବେ ମାଉସୀ ମୁଣ୍ଡରେ ଚଡ଼କ ପଡିଛି ।
ତମେ ତାକୁ ବାହା ହେଲେ ମୋର କିଛି ଆପତ୍ତି ନାହିଁ, ହେଲେ ମୁଁ ବି ତୁମ ପାଖରେ ରହିବି ବୋଲିମାଉସୀ ଜିଦ ଧରିଛନ୍ତି।ପୁତୁରା ଏଥିରେ ରାଜି ନହେବାରୁ ଘଟଣା ଥାନାକୁ ଆସିଛି।ପୁତୁରା ତାଙ୍କୁ ପ୍ରତାରଣା କରି ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ମାଉସୀ।ଅଭିଯୋଗ ପରେ ପୁଲିସ ପୁତୁରାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।ଅଭିଯୋଗକାରି ମହିଳା ଙ୍କର ଅନେକ ଯୁବକଙ୍କ ସହ ସମ୍ପର୍କ ରହିଛି ।ଆମ ପୁଅକୁ ଅକାରଣରେ ଫସାଇ ଏପରି କାଣ୍ଡ ଭିଆଇଛନ୍ତି ବୋଲି ପୁଅର ପରିବାର ଲୋକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.