ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ବସ

0 122

ଭୁବନେଶ୍ବର,୧୨/୮(ଏସଏସନିଉଜ) ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍ ନିକଟରେ ସାରଳା ନାମକ ଏକ ଯାତ୍ରୀବାହୀ ବସ୍ ଓଟଲି ପଡ଼ିଛି।ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବାର ଜଣାପଡ଼ିଛି। ଆଜି ୫୦ ଜଣ ଯାତ୍ରୀ ନେଇ ଭୁବନେଶ୍ୱରରୁ ଅସ୍ତରଙ୍ଗ ଯାଉଥିବାବେଳେ ୫ଟାପାଖାପାଖି ପିପିଲି ଟୋଲ୍‌ଗେଟ୍ ଅତିକ୍ରମ କରିଥିଲା ।କିଛିବାଟଯିବାପରେ ସାମ୍ନାକୁ ଏକ କାର୍ ହଠାତ୍ ପଶି ଆସିବାରୁ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇ ଡିଭାଡର ଉପରେ ଚଢ଼ାଇ ଦେବାରୁ ବସ୍‌ଟି ଘଟଣାସ୍ଥଳରେ ହିଁ ଓଲଟି ପଡ଼ିଥିଲା ।

 

Leave A Reply

Your email address will not be published.