ପିପିଲି ଉପନିର୍ବାଚନ:ମେ ୧୩ ରେ ଭୋଟ , ଅପ୍ରିଲ ୨୬ ରେ ନାମାଙ୍କନ ପତ୍ର

0 282

ଭୁବନେଶ୍ବର: ୧୭/୪(ଏସ୍ ଏସ୍ଏନ୍) ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି ।  ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ପ୍ରକାଶ ଥାଉକି ଯେ ,  ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଜି ଅର୍ଥାତ୍‌ ଅପ୍ରିଲ୍ ୧୭ରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରଖାଯାଇଛି। ନିୟମାନୁଯାୟୀ, ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଭୋଟଗ୍ରହଣ ସ୍ଥଗିତ ରଖିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ। ଅନ୍ୟପକ୍ଷରେ ଜନପ୍ରତିନିଧି ଆଇନ-୧୯୫୨ର ଉପଧାରା-୧ ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳର ଆଉ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରିବେ। ପୂର୍ବ ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ ସବୁ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯାଇଥିବା, ନୂଆ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯିବ। ତେବେ ଏହି ବ୍ୟବସ୍ଥା ଅନୁଯାୟୀ ପିପିଲି ଉପନିର୍ବାଚନ ଆସନ୍ତା ମେ’ ୧୩ରେ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୦-ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ଅପ୍ରିଲ୍‌ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅପ୍ରିଲ୍‌ ୨୬(ସୋମବାର)ରେ ନାମାଙ୍କନପତ୍ର ଦାଖଲ କରାଯିବାକୁ ଥିବାବେଳେ ଅପ୍ରିଲ୍‌ ୨୭(ମଙ୍ଗଳବାର) ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଅପ୍ରିଲ୍‌ ୨୯(ଗୁରୁବାର)ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହାପରେ ପ୍ରାର୍ଥୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିପାରିବେ। ମେ’ ୧୩(ଗୁରୁବାର)ରେ ଭୋଟ ଗ୍ରହଣ କରାଯିବ ଏବେ ମେ’ ୧୬ରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମେ’ ୧୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.