ଭଦ୍ରକ,୨୮/୧୧(ଏସଏସନିୟୁଜ) ଆଜି ସକାଳୁ ଭଦ୍ରକର ରାହଞ୍ଜ ମଠ ପୋଖରୀରୁ ଶିବ ବେହେରାଙ୍କର ମୃତଦେହକୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଉଦ୍ଧାର କରିଛି ।ମୃତଦେହଟି ସକାଳୁ ଭାସୁଥିବାର ଲୋକ ଦେଖିବାକୁ ପାଇଥିଲେ ।ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହକୁ ଜବତ କରିଥିଲା ।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଭିତରେ ରହିଥିବାବେଳେ ବ୍ୟବଛେଦ ପରେ ପକୃତ କାରଣ ଜଣାପଡିବ ବେଲି ଜଣାପଡିଛି ।