ଶୋଇବା ବେଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ

ନଚେତ ମାଡିଆସିବ ବିପଦ!

0 295

ପର୍ସ;- ପଇସା ପତ୍ର,ଜରୁରୀ କାଗଜ ପତ୍ର ଏବଂ ପର୍ସ ଏଗୁଡିକ କୁ କେବେ ହେଲେ ନିଜ ବିଛଣା ରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଧନ ହାନି ଘଟିଥାଏ।
ଘଣ୍ଟା;- ବସ୍ତୁଶାସ୍ତ୍ର ଅନୁଯାୟୀ ସମୟ ଗଣନା ରେ ବ୍ୟବହୃତ ଜିନିଷ ଏବଂ ଶବ୍ଦ ନିୟମିତ କରୁଥିବା ଜିନିଷ କୁ କେବେ ହେଲେ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ।
ବହି;- ବହି ଆଦି ଜିନିଷ ପାଠ୍ୟକ୍ରମ ର ଅଂଶ ଅଟେ କୁହନ୍ତି ଏଥିରେ ମାତା ସରସ୍ୱତୀ ବାସ କରନ୍ତି। ତେଣୁ ବିଦ୍ୟା ସହ ଜଡ଼ିତ ଜିନିଷ ଯେପରି ରବର,କଟର,କଲମ ଇତ୍ୟାଦି ଶୋଇବା ସମୟରେ ନିଜ ପାଖେ ରଖିବା ଅନୁଚିତ ଏହା ଦ୍ୱାରା ବିଦ୍ୟା ହାନି ଘଟିଥାଏ।
ଚପଲ;- ଶୋଇବା ସମୟରେ ଚପଲ କୁ ମଧ୍ୟ ନିଜ ଖଟ ବିଛଣା ପାଖେ ରଖିବା ଅନୁଚିତ ଅଟେ। ଚପଲ ପାପୋଛା ଭଳି ମଇଳା ଜିନିଷ କୁ ଯଦି ଆମେ ଆମ ଶୋଇବା ସମୟରେ ଖଟ ପାଖେ ରଖିବା ତେବେ ଅନେକ ପ୍ରକାର ଆଶଙ୍କା ଅସୁବିଧା ଜୀବନରେ ଆସେ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କୁ ବାରଣ କରାଯାଇଛି।
ଦର୍ପଣ;- ଦର୍ପଣ କୁ ଅନେକ ନିଜ ଖଟ ଉପରେ ରଖି ସୋଇ ଯାଆନ୍ତି ଏହା ମଧ୍ୟ ବାସ୍ତୁ ଅନୁସାରେ ଅନୁଚିତ ଅଟେ। ଅନ୍ୟ ଏକ କାରଣ ଏହା ଆମ ପାଇଁ ବିପଦ ମଧ୍ୟ ଅଟେ।ତେଣୁ ଏଗୁଡିକ କୁ ଶୋଇବା ଖଟ ଠାରୁ ଦୂରେଇ ରଖିବା ଉଚିତ। ଏହା ଛଡା କୌଣସି ଧାରୁଆ ଜିନିଷ କି ଧାତୁ ନିର୍ମିତ ଜିନିଷ ମଧ୍ୟ ପାଖଟେ ରଖି ଶୋଇବା ଉଚିତ ନୁହେଁ।

Leave A Reply

Your email address will not be published.