ପୋଲ ଉପରେ ଚାଲିଲା ୬ଫୁଟ ବନ୍ୟା ଜଳ

0 212

ମାଲକାନଗିରି,୧୨/୭(ଏସଏସନିଉଜ) କାଲିମେଳାରେ ଲଗାଣ ବର୍ଷା ଯୋଗୁ ମୋଟୁ ଚିନ୍ତୁର ଜାତୀୟ ରାଜପଥର କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଯାହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବାର ଜଣାଯାଇଛି। ଗୋଦାବରୀ ନଦୀ ଫୁଲୁ ଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ିବା ସହ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି। ଏହାସହ ଏହି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ଜିଲ୍ଲା ପ୍ରଶାସନ ଏହାଉପରେ ସତର୍କ ଦୃଷ୍ଟି ରଖିଛି ।

Leave A Reply

Your email address will not be published.