ପ୍ରଧାନମବୀଙ୍କ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବା ନିଷ୍ପତି ସ୍ୱାଗତଯୋଗ୍ୟ – ଧର୍ମେନ୍ଦ୍ର ପ୍ରଧାନ

0 169

ଭୁବନେଶ୍ୱର, ୩/୬(ଏସଏସନିୟୁଜ) କରୋନା ସମୟରେ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବାକୁ ପ୍ରଧାନମନ୍ତ୍ରୀ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲିକହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଦିଗକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସମୟୋପଯୋଗୀ ପଦକ୍ଷେପ । ଭାରତବର୍ଷରେ କରୋନାର ତୃତୀୟ ଲହରକୁ ନେଇ ପିଲା ଏବଂ ଅଭିଭାବକମାନେ ଭୟ ଓ ଆଶଙ୍କାରେ ରହିଥିଲେ । ଏଭଳି ଦ୍ୱନ୍ଦାମ୍‌କ ପରିସ୍ଥିତିରେ ପିଲାମାନେ ପରୀକ୍ଷା ଦେଇଥିଲେ ମାନସିକ ଚାପରେ ରହିଥାନ୍ତେ । ଏଥିପାଇଁ ପ୍ରଧାନମବୀ ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଷ କରି ଏହି ନିଷ୍ପତି ନେଇଛନ୍ତି ।ଏହି ନିଷ୍ପତି ସିବିଏସଇ ଦ୍ୱାଦଶ ପରୀକ୍ଷାର୍ଥୀ ଏବଂ ଅଭିଭାବକ ମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.