ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

0 380

ଭୁବନେଶ୍ୱର,୧୪/୮(ଏସଏସନିୟୁଜ)ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ବିଧିବଦ୍ଧ ଭାବେ ସିଏଚଏସଇ କାର‌୍ୟ୍ୟାଳୟରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ ଷଗ୍ଧଗ୍ଧକ୍ଟ୍ର://କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଏହି ୱେସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ତେବେ କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଥିବାବେଳେ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ , ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧. ଥାର୍ଡ କ୍ଲାସରେ ୧୦ହଜାର ୭୪ ଛାତ୍ରଛାତ୍ରୀ ପାସ କରିଛନ୍ତି ।ସେହିପରି ଏକ୍ସ-ରେଗୁଲାରରେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଶ୍ରେଣୀରେ ୧୯୩ ଓ ୬ହଜାର ୭୨୬ ଛାତ୍ରଛାତ୍ରୀ ଥାର୍ଡ କ୍ଲାସରେ ପାସ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ପାସ୍ କରିଛନ୍ତି ୪୫୨ ଜଣ । ପ୍ରଥମ ଶ୍ରେଣୀରେ ଜଣେ, ୮୪ ଜଣ ସେକେଣ୍ଡ ଡିଭିଜନ୍ ଓ ୧୬୭ ଜଣ ଥାର୍ଡ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାର୍କରେ ଅସନ୍ତୁଷ୍ଟ ଥିଲେ ଅଫଲାଇନ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ୨୧ ତାରିଖ ସୁଦ୍ଧା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

 

Leave A Reply

Your email address will not be published.