ପ୍ରଥମ ଭୁଲରେ ବି ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ

0 316

ଭୁବନେଶ୍ୱର,୨୫/୮(ଏସଏସନିୟୁଜ)ଏଥର ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ଥରପାଇଁ ଭୁଲ କଲେବି ତିନି ମାସ ପର୍ଯ୍ୟନ୍ତ  ଅସ୍ଥାୟୀ ଭାବରେ ଲାଇସେନ୍ସ ରଦ୍ଧ କରିବାକୁ ସମସ୍ତ ଆରଟିଓ ଅଧିକାରି ମାନଙ୍କୁ ଚଠି ଲେଖିଛନ୍ତି ପରିବହନ ବିଭାଗ କମିଶନର । ୮ଟି ନିୟମ ଉଲ୍ଲଘଂନ କରୁଥିବା ଅମାନିଆ ଏଥର ସାବାଡ ହେବେ ଓ ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା,ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ ,ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ, ଅଧିକ ମାଲ୍ ପରିବହନ କଲେ, ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ ଏବଂ ଭୁଲ୍ ଦିଗରୁ ଗାଡି ଚଳାଇଲେ ଲାଇସେନ୍ସ ରଦ୍ଦ ହେବାନେଇ ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର ।

Leave A Reply

Your email address will not be published.