ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ

0 232

ଭୁବନେଶ୍ୱର, ୨୫/୮(ଏସଏସନିୟୁଜ) ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ । ଏଥିନେଇ ଯୋଜନା ଚାଲିଥିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଇଲେକଟ୍ରିକ୍ ଯାନ ଚଳାଚଳ ନେଇ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ମିଳିବା ନେଇ ସୂଚନା ରହିଛି ।ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇଲେକଟ୍ରିକ୍ ଯାନ ନୀତିକୁ ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟ ଆପଣାଇଥିବାର ଜଣାପଡିଛି ।

Leave A Reply

Your email address will not be published.