ପ୍ରେମ ପାଇଁ ଆତ୍ମହତ୍ୟା !

ମୁଣ୍ଡଳି ମହାନଦୀ କୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

0 246

ବାରଙ୍ଗ,୩୦/୬(ଏସଏସନିଉଜ) ଗୁରୁବାର ସଂନ୍ଧ୍ୟାରେ ମୁଣ୍ଡଳି ବ୍ରିଜ ରୁ ଜଣେ ଯୁବତୀ ମହନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟ ବସତଃ ନଦୀ ରେ ମାଛ ମାରି ଫେରୁଥିବା କିଛି ମତ୍ସଜୀବୀ ଠିକ ସମୟରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରିଆଣିପୋଲିସକୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସରେ ଚିକିସ୍‌ାପାଇଁ କଟକବଡଡାକ୍ତରଖାନାକୁ ପଠାଇଦେଇଥିଲେ ।ତେବେ ବ୍ରିଜ ଉପରେ ଥୁଆହୋଇଥିବା ଏକ ସୁଇସାଇଡ ନୋଟ ମସ୍‌୍ୟଜିବୀଙ୍କ ହାତରେ ଲାଗିଥିଲା ,ଯାହାକୁ ସେମାନେ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ପ୍ରକାସ ଯେ , ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକ ଭଦ୍ରକ ଅଞ୍ଚଳର ମୋନାଲିସା ବେହେରା ବୋଲି ସୁଇସାଇଡ ନୋଟରୁ ଜଣାପଡିଛି । ସେ କାହିଁକି ଓ କେମିତି ଏଠାକୁ ଆସିଲେ ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ତେବେ ପୋଲିସ ହାତରେ ଲାଗିଥିବା ଚିଠିରେ ସ୍ପଷ୍ଟଭାବରେ ଆତ୍ମହତ୍ୟା ପଛର କାରଣ ଲେଖା ହୋଇଛି । ପ୍ରେମରେ ପ୍ରତାରଣା ହିଁ କାରଣ ହୋଇଥାଇପାରେ ବୋଲି ଚିଠିରୁ ବୁଝାପଡୁଛି ।
ମୁଁ ଏତିକି ଦିନ ପାଇଁ ଦୁନିଆ କୁ ଆସିଥିଲି । ଯିଏ ଯେତିକି ଦିନ ପାଇଁ ଆସିଥିବ ସେ ସେତିକି ଦିନ ପର‌୍ୟ୍ୟନ୍ତ ରହିବ । ମୁଁ ବି ଯାଉଛି , ମୋ ସମୟ ସରିଯାଇଛି । ମୁଁ ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗୁଛି । ଆତ୍ମହତ୍ୟା କୁ ମୁଁ ବହୁତ ଘୃଣା କରେ । ସମସ୍ତେ କୁହନ୍ତି ମୁଁ ବହୁତ ଷ୍ଟ୍ରଙ୍ଗ । କିନ୍ତୁ ମୁଁ ଆଜି ନିଜେ ଏମିତି ଭାବେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି ଯେ ,ଆତ୍ମହତ୍ୟା ହିଁ ମୋ ପାଇଁ ଶେଷ ରାସ୍ତା । ଜୀବନରେ ଏତେ କଷ୍ଟ ମୁଁ ଆଉ ସହିପାରୁନି । ମୁଁ ମରିଗଲେ ହିଁ ଶାନ୍ତିରେ ରହିବି । ସବୁ ଝିଅ ମାନଙ୍କୁ ଏତିକି ଅନୁରୋଧ କରିବି କେବେ କାହକୁ ଭରଷା ବିଶ୍ବାସ କରିବନି । କେଉଁ ପୁଅ କୁ ବିଶ୍ବାସ କରି ଲାଇଫ୍ ରେ ଏତେ ଆଗେଇବନି ଯେ , ମୋ ଭଳି ଆତ୍ମହତ୍ୟା ହିଁ କରିବ । ଗୁଗୁଲୁ ଶେଷ ଇଛା ମୋର ,ମୋତେ ଟିକେ ଦେଖିବା ପାଇଁ ଆସିବ ମୁଁ ନଥିବି ହେଲେ ମୋ ମୃତ ଦେହକୁ ଧରି ଥରେ ମୋତେ ଆଇଲଭୟୁ ବୋଲି କହିବ । ମୋନାଲିସା ଙ୍କ ଏହି ଚିଠିରେ ତିନି ଜଣଙ୍କ ଫୋନ୍ ନମ୍ବର ମଧ୍ୟ ରହିଛି । ଗୋଟିଏ ରୁମମେଟ୍ ଙ୍କ ନମ୍ବର ରହିଥିବା ବେଳେ ଅନ୍ୟଟି ମାଉସି ଓ ଶେଷରେ ରଞ୍ଜନ ନମକ ଜଣେ ଯୁବକଙ୍କ ଫୋନ ନମ୍ବର ମଧ୍ୟ ରହିଛି । ମୋନାଲିସା ଯେଉଁ ଚିଠିରେ ଗୁଗୁଲୁ ବୋଲି ଉଲ୍ଲେଖ କରିଛନ୍ତି ସେ ଯୁବକ ଜଣକ ରଞ୍ଜନ କି ? ପ୍ରେମରେ ବିଫଳତା ପରେ ମୋନାଲିସା ଏଭଳି ଏକ ଚରମ ନିଷ୍ପତି ନେଇଛନ୍ତି କି ? ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶିଘ୍ର ଆତ୍ମହତ୍ୟାର ପକୃତ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.