ଆଜିର ରାଶିଫଳ

0 159

ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା (ରଥଯାତ୍ରା)୨୦୨୨ ମସିହା ଜୁଲାଇ ମାସ ୦୧ ତାରିଖ (ଶୁକ୍ରବାର)ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ଦ୍ୱିତିଆ ଦ ଘ୧୨/୫୬ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ ପ୍ରାତଃ ଘ୦୫/୧୪/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୮,ବିଛା, ଧନୁ ଓ ମୀନ ରାଶିର ଘାତ ବାର,ଦ୍ୱିତୀଆର ଏକୋଦିଷ୍ଟ ଶ୍ରାଦ୍ଧ,ବୋଇତି କଖାରୁଦିବା ଘ୧୨/୫୬ ଗତେ ପୋଟଳ ଭକ୍ଷଣ ନିଷେଧ।
🐏ମେଷ👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣ ଙ୍କ ସପକ୍ଷରେ ଯାଇପା ରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
🐮ବୃଷ👉ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
👩‍❤️‍👨ମିଥୁନ👉ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
🦀କର୍କଟ👉ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
🦁ସିଂହ👉ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
🙎‍♀️କନ୍ୟା👉ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣ ରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟା ଯୁକ୍ତ ହେବେ।
⚖️ତୁଳା👉ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
🦂ବିଛା👉ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇ ପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
🏹ଧନୁ👉ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇ ପାରନ୍ତି। ଭୋଗ- ବିଳାସରେ ସମୟ ବିତାଇ ପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
🐊ମକର👉କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
🏺କୁମ୍ଭ👉ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇ ପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
🐟ମୀନ👉ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
-ନୀତିବାଣୀ-
ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !!
🔮ବାସ୍ତୁ ଟିପ୍ପଣୀ🔮
ରବିବାର ଦିନ ବେଲ ଗଛ ମୂଳରେ ଧୂପ ଜଳାନ୍ତୁ-ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ | ଏପରି ସାତୋଟି ରବିବାର କରିବା ଦ୍ୱାରା ମାନସ୍କାମନା ନିଶ୍ଚିନ୍ତ ପୂରଣ ହୁଏ |ଆଜିର ଦିନଟି ମଙ୍ଗଳ ମୟ ହେଉ🙏ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା🙏

Leave A Reply

Your email address will not be published.