ପ୍ରିନ୍ସପାଲଙ୍କ ନାମରେ ଅଭିଯୋଗ କଲେ ଶିକ୍ଷୟତ୍ରୀ

0 656

ବାରଙ୍ଗ,୧୬/୧୨(ଏସ୍‌ଏସ୍‌ନିୟୁଜ) ମୁଣ୍ଡଳୀ ଜବାହାର ନବୋଦୟ ବିଦ୍ୟାଳୟ ପ୍ରିନ୍ସପାଲଙ୍କ ନାମରେ ର୍ଦୁବ୍ୟବହାରର ଅଭିଯୋଗ ଆଣିଛନ୍ତି ଶିକ୍ଷୟତ୍ରୀ ରଞିତା ସେନାପତି । ସେନାପତି ଗତ ସୋମବାର ରାତିରେ ପ୍ରିନ୍ସପାଲ ରାମରାଜ ସିଂ,ଇଂରାଜି ଶିକ୍ଷୟତ୍ରୀ ନିବେଦିତା ପାଢୀ ଓ ସ୍ଥାନୀୟ ଗ୍ରାମର ରାତ୍ରଜଗୁଆଳି ବାସୁଦେବ ମଳିଆ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।ସେନାପତି ଅଭିଯୋଗ କରିଛନ୍ତି ଯେ,ଅନୁସୁଚିତ ଜାତିର ହୋଇଥିବାରୁ ତାଙ୍କ ପ୍ରତି ଜାତିଆଣ ଆକ୍ଷେପ ସହ ଖରାପ ଓ ଆଶାଳିନ ବ୍ୟବହାର କରାଯାଉଛି । ତାଙ୍କ ଘରକୁ କାମ କରିବାକୁ ଆସୁଥିବା ଝିଅକୁ ରାତ୍ର ଜଗୁଆଳ ଜଚ୍ଚଙ୍କ ଖରାପବ୍ୟବହାର କରିବାରୁ ସେ ଆଉ ଭୟରେ କାମ କରିବାକୁ ଆସୁନାହିଁ ।ଏହାକୁ ବିରୋଧ କରିବାରୁ ତାଙ୍କୁ ଏଠାରୁ ବଦଳି କାରଯାଇଛି । ଏବିଷୟରେ ବାରଙ୍ଗଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୨୦୪/୨୦ କେଶନଂରେ ଏକ ମକଦ୍ଦମା ରୁଜୁକରି ବସିଛି ।ଏହାପରେ ଶିକ୍ଷୟତ୍ରୀ ଜଣଙ୍କ ନ୍ୟାୟ ଅପେକ୍ଷାରେ ଭୟର ସହ ରହିଥିବାର କହିଛନ୍ତି । ଏ ବିଷୟରେ ମୁଣ୍ଡଳୀ ଜବାହାର ନବୋଦୟ ବିଦ୍ୟାଳୟ ପ୍ରିନ୍ସପାଲ ରାମରାଜ ସିଂଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ କୈାଣସି ଉତର ଦେବାକୁ ରାଜି ହୋଇନଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.