ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର, ୧୮/୬(ଏସଏସନିଉଜ). ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଜରୁରୀ ବୈଠକ ଡକାଇ ତିନି ସେନା ବାହିନୀର ମୁଖ୍ୟଙ୍କ ସହ ସମିକ୍ଷା ସହ ଆଲେଚନା କରିଛନ୍ତି ।ଆଲେଚନା ପରେ ସରକାର ଅଗ୍ନିବୀରମାନଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସଂରକ୍ଷଣ ଘୋଷଣା କରିଛନ୍ତି । କୋଷ୍ଟ ଗାର୍ଡ ଓ ଡିଫେନ୍ସ ସିଲିଲିଆନ ପଦବୀଗୁଡିକରେ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । କେବଳ ଏତିକି ନୁହେଁ, ପ୍ରତିରକ୍ଷା ମନ୍ତ୍ରାଳୟରେ ଥିବା ସମସ୍ତ ୧୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବି ସେମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଏସବୁ ବିଭାଗଗୁଡ଼ିକରେ ବର୍ତ୍ତମାନ ଥିବା ସଂରକ୍ଷଣ ସହ ଅତିରିକ୍ତ ଭାବେ ଏସବୁ ସଂରକ୍ଷଣ ଲାଗୁ ହେବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଷଣା କରିଛନ୍ତି ।

- Advertisement -

Leave A Reply

Your email address will not be published.