ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ବ୍ରହ୍ମଗିରି, ୧୮/୬(ଏସଏସନିଉଜ).ଚିଲିକାରେ ଭସାପୋଲ, ଡଙ୍ଗା, ବୋଟ୍ ବନ୍ଦ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ୨ଦିନ ତଳେ ୩୫ମୌଜା କମିଟିର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଏପରି ସୃଷ୍ଟି ହୋଇଛି । ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ ନେଉଥିବାବେଳେ କୃଷ୍ଣପ୍ରସାଦର ଲୋକମାନେ ଚିଲିକା ପାର ହେଲେ ସାତପଡ଼ାରେ ଆଳୁପାଟଣା ଲୋକେ ମାଡ଼ ମାରିବା ଭଳି ପରିସ୍ଥିତି ଉପୁଜି ଥିଲା।ତେବେ ପ୍ରଶାସନ ଦୃଷ୍ଟିଦେଉନଥିବାର ଅଭିଯୋଗ କରି କୃଷ୍ଣପ୍ରସାଦ ୩୫ ମୌଜା କମିଟି ପକ୍ଷରୁ ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ।ଆଜି ୩୫ ମୌଜା ପକ୍ଷରୁ ଚିଲିକାର ଯାତାୟତକୁ ବନ୍ଦ କରାଯାଇଛି।

 

 

 

- Advertisement -

Leave A Reply

Your email address will not be published.