ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ପିପିଲି, ୧୮/୬(ଏସଏସନିଉଜ).ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯିବାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ପିପିଲି ଥାନା ପୋଲିସ ଆଜି ଉତ୍ତରା ଛକର ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିମୁରାସିଦ ଖାନ୍, ଜାଦିବ, ସାଜିଦ ଅଲ୍ଲୀ, ଇମ୍ରାନ ନାମକ ୪ଜଣ ସାବାଳକ ଓ ଜଣେ ନାବାଳକକୁ ଧରିବାସହ ମୁରାସିଦଠାରୁ ୫୫୦ ଗ୍ରାମ୍ ଓ ସାଜିଦ ଅଲ୍ଲୀଠାରୁ ୪୨୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଥିଲେ ।ଏହାସହିତ ନଗଦ ୩,୫୦୦ ଟଙ୍କା, ଗୋଟିଏ ମୋଟର ସାଇକେଲ୍ ଓ ଗୋଟିଏ ସ୍କୁଟି ଜବତ କରିଥିଲେ ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।

- Advertisement -

Leave A Reply

Your email address will not be published.