ପୁଣି ୫ ପଜେଟିଭ୍

0 703

ଭୁବନେଶ୍ୱର,୨୧/୪(ଏସ୍‌ଏସ୍‌ନିୟୁଜ)ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡ଼ିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ସୂଚନା ଦିଆଯାଇଛି । ଏମାନେ ସମସ୍ତେ ବାଲେଶ୍ବରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି। ସୂଚନାଯୋଗ୍ୟ, ଗତକାଲି ସକାଳୁ ପ୍ରଥମେ ୭ ଜଣ ଓ ଅପରାହ୍ନରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି ।

Leave A Reply

Your email address will not be published.