ପୁଣି ଆସୁଛି ବାତ୍ୟା

0 204

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ପଶ୍ଚିମ ଉପକୂଳରେ ବାତ୍ୟା ଯାଉଯାଉ ପୁଣି ଏକ ବାତ୍ୟା ପୂର୍ବ ଉପକୂଳରେ ଆସିବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛନ୍ତି । ୨୬ ତାରିଖରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ମାଡ ହେବା ସମ୍ଭାବନା ରାହିଛି । ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଆରମ୍ଭ କରିବା ସହ ବାତ୍ୟାର ରୁପ ନେବ । ମେ ୨୫ ତାରିଖ ସନ୍ଧ୍ୟା ଠାରୁ ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ବୋଲି କହିଛନ୍ତିଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଆସନ୍ତା ୨୨ ତାରିଖରୁ ସମୁଦ୍ରରେ ନ ଯିବାକୁ ପରାମର୍ଶ ଦିଆଯାଇଛି ।ତେବେ ମେ ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଥିବାର କହିଛନ୍ତି ।

Leave A Reply

Your email address will not be published.