ସ୍ଵାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା

ଖବର ଆଜିର,ତାରିଖ ୨୦--୦୫-୨୦୨୧/ ଗୁରୁବାର

0 199

୧-ମଦ ଦୋକାନ ଆଗରେ ଅନଲାଇନ୍ ମଦ ବିକ୍ରି ପାଇଁ ଲାଗୁଛି ଲମ୍ବା ଲାଇନ୍ । ସ୍ୱିଗିର ସେଲସମ୍ୟାନ କହିଲେ, କମ୍ ହୋଇଯାଇଛି ଖାଦ୍ୟ ପଦାର୍ଥର ଅର୍ଡର । ୮୦ ପ୍ରତିଶତ ହେଉଛି ମଦର ଅନଲାଇନ୍ ଡେଲିଭରୀ ।
୨–ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ ନିଷ୍ପତ୍ତି ।
୩-୨୬ରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ବାତ୍ୟା, ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ
୪-ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ତୌତେ କ୍ଷୟକ୍ଷତି ସମୀକ୍ଷା : ଗୁଜରାଟ ପାଇଁ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ।
୫-ବାତିଲ ହେଲା ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ।
୬-ନୂଆ ଗୋପନୀୟତା ନୀତି ପ୍ରତ୍ୟହାର ପାଇଁ ପୁଣି ହ୍ବାଟ୍‌ସଆପକୁ କେନ୍ଦ୍ରର ନିର୍ଦେଶ ।
୭-ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୮-ସ୍ଵାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା – ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
୯-ଅରବିନ୍ଦଙ୍କ ଟ୍ୱିଟ ପରେ ସିଙ୍ଗାପୁର ଖପ୍ପା, ବିଦେଶ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ କେଜ୍ରିୱାଲ ଭାରତ ସରକାରଙ୍କ ମୁଖପାତ୍ର ନୁହଁନ୍ତି ।
୧୦-ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି । ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ।
୧୧-କେନ୍ଦ୍ର ସରକାର ଜାରୀକଲେ ନିର୍ଦ୍ଦେଶନାମା । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା ।
୧୨-ଜୁଲାଇରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ, ମାର୍କ ଅପଲୋଡ୍ ପାଇଁ ମେ’ ୨୦ରୁ ଉପଲବ୍ଧ ହେବ ପୋର୍ଟାଲ ।
୧୩-ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କଲେ ରାଜସ୍ଥାନ ସରକାର ।
୧୪-୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ; ୨ ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବେ ।
୧୫-ଗ୍ରାମାଞ୍ଚଳରେ ଉଦ୍ୟୋଗୀ ସୃଷ୍ଟି କରିବ ଏନ୍ଆଇଟି, ମନ୍ତ୍ରାଳୟରୁ ୧ କୋଟି ଅନୁଦାନ।
୧୬-ଆଜିଠୁ ସପ୍ତାହେ ପାଇଁ ସଟଡାଉନ୍ ଓଡିଶା ହାଇକୋର୍ଟ । ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ  ବନ୍ଦ ରହିବ କୋର୍ଟ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.