ବାରଙ୍ଗ,୧୭/୭(ଏସଏସନିଉଜ)ଲଘୁଚାପ ଜନିତ ବର୍ଷାରେ ଗତ ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନର ତୃଣଭୋଜି ସଫାରୀ ପାଚେରୀ ଭୂଷୁଡି ପଡିଛି।ଏହି ସୁଯୋଗରେ ଉକ୍ତ ସଫାରୀ ମଧ୍ୟରେ ଥିବା ହରିଣ,ସମ୍ବର,ଆଦି ତୃଣଭୋଜିପ୍ରାଣୀ ମଧ୍ୟରୁ କିଛି ପ୍ରାଣୀ ପଦାକୁ ବାହାରି ଆସିଥିବାର ଅନୁମାନ କରାଯାଉଛି ।
ଗତକାଲି ଲଘୁଚାପଜନିତ ବର୍ଷାରେ ନିରାପତ୍ତା ବିଭାଗର କର୍ମଚାରୀମାନେ ଦିନ ପେଟ୍ରୋଲିଂ କରୁଥିବାବେଳେ ରାଜ୍ୟଉଭିଦ ଉଦ୍ୟାନ ଘାସଫାର୍ମ ପଟ ତୃଣଭୋଜି ସଫାରୀ ୩୦ଫୁଟରୁ ଉର୍ଦ୍ଧ ପାଚେରି ଭୂଷୁଡି ପଡିଥିବା ଦେଖିବାକୁ ପାଇଥିଲେ।ଏବିଷୟରେ ଜନ୍ତୁବିଭାଗକୁ ଖବର ଦେବାପରେ ତୁରନ୍ତ ଜନ୍ତୁବିଭାଗର କର୍ମଚାରୀମାନେ ଭାଙ୍ଗିଥିବା ପାଚେରି ସ୍ଥାନକୁ ଅସ୍ଥାୟୀ ତାର ଜାଲି ଦେଇ ଆବଦ୍ଧ କରିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷାରେ ତୃଣଭୋଜି ସଫାରୀ ପାଚେରି ଭୂଷୁଡି ପଡିଥିବା ସାଧାରଣରେ ଅଭିଯୋଗ ହୋଇଛି।ତେବେ ଦୁଇଦିନ ତଳେ ଲଘୁଚାପଜନିତ ବର୍ଷାରେ ମାଙ୍କଡ ଖୁଆଡ ମୋଟ ପ୍ରାୟ ୫୦ଫୁଟର ପାଚେରୀ ଭୂଷିଡି ପଡିଥିଲା।(ଗୈାତମରାଉତଙ୍କ ରିପୋର୍ଟ )
Prev Post
Next Post
