ପୁଣି ଗଞାମରୁ ୨୪ ଆକ୍ରାନ୍ତ ଚିହ୍ନଟ

0 516

ଭୁବନେଶ୍ୱର,୮/୫(ଏସ୍‌ଏସ୍‌ନିୟୁଜ)ସୁରତ ଫେରନ୍ତା ଏବେ ଚିନ୍ତା ବଢାଇଲେଣି ।ଯାହାଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଆଜି ଚିହ୍ନଟ ହୋଇଛନ୍ତି ୫୧ଆକ୍ରାନ୍ତ ,ସେଥିମଧ୍ୟରେ ନୁଆକରି ଆଉ ୨୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ହେଉଛନ୍ତି ଗଞାମ ଜିଲ୍ଲାରେ ୨୪ ନୁଆ କରୋନା ଆକ୍ରାନ୍ତ । ଫଳରେ ଗଞାମରେ କରୋନାଆକ୍ରାନ୍ତ ସଂଖ୍ୟା ୭୧କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ମୋଟ କରୋନାଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧିପାଇଛି ।ଗଞାମର ସମସ୍ତ ୨୪ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ଗଞାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୧ରେ ପହଁଚିଛି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଗଞାମ ଏକ ନମ୍ବର ।

Leave A Reply

Your email address will not be published.