ପୁଣି ଲାଗିଲା କଟକଣା

ସକାଳର ଖବର, ୧୫-ଡିସେମ୍ବର-୨୦୨୧,ବୁଧବାର

0 316

➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ ।
➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି ।ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ସର୍ବଧିକ ୩୫ ବର୍ଷ ରହିଛି
➡️୪-ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା । ଏଣିକି ରାତି ୧୦ ଟା ପରେ ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ ।
➡️୫-ସାଇବର ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ରାଜ୍ୟରେ ଖୋଲିବ ୧୧ଟି ସାଇବର ଥାନା । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା ।

➡️୬-ହଲିଡେ’ର ନୂଆ ଡେଷ୍ଟିନେସନ୍‌ ଭାବେ ପରିଚିତ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିଠାରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ।
➡️୭-୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜନୀତି ଜୋର । କେବଳ ୫-ଟି ରୂପାନ୍ତରିତ ସ୍କୁଲରେ କାହିଁକି ଦିଆଯିବ ଦାୟିତ୍ୱ, ପ୍ରଶ୍ନ ଉଠାଇଲା ଶିକ୍ଷକ ସଂଘ ।
➡️୮-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ ।
➡️୯-ଓମିକ୍ରନ ନେଇ ସତର୍କ କରାଇଲା ହୁ । କହିଲା, ବିଶ୍ୱବ୍ୟାପୀ ବଢିପାରେ ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ ।
➡️୧୦-ଫିଲ୍ମ ‘ପୁଷ୍ପା’ର ନିର୍ମାତାଙ୍କ ବିରୋଧରେ ହାଇଦ୍ରାବାଦ ଥାନାରେ ମାମଲା ହେଲା ରୁଜୁ । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ ହେବାର ଅଛି ।
➡️୧୧-୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ।
➡️୧୨-ବୁଡିଯିବ ମୁମ୍ବାଇ-ଚେନ୍ନାଇ ! ଆଣ୍ଟାର୍କଟିକାରେ ଭାଙ୍ଗୁଛି ୧୭୦୩୨୨ କିଲୋମିଟର ଲମ୍ବା ଗ୍ଲାସିୟର। ଏହାଦ୍ୱାରା ସାରା ଦୁନିଆରେ ସମୁଦ୍ରର ଜଳସ୍ଥର ୨୫ ଇଞ୍ଚ ଯାଏଁ ବଢ଼ିଯିବ।

➡️୧୩-ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ । ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଲେ ସୂଚନା ।
➡️୧୪-ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍‌-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ର ଯୋଜନା ।
➡️୧୫-ଲଖିମପୁର ହିଂସା ଘଟଣାକୁ ଏସ୍‌ଆଇଟି ଅପରାଧିକ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲେ ପ୍ରିୟଙ୍କା ଗାନ୍ଧୀ ।
➡️୧୬-ବିକ୍ରି ହୋଇଗଲା ଅନିଲ୍‌ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ନେବଲ୍‌ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ (RNEL) । ଏହାର ନୂଆ ମାଲିକ ହେବାକୁ ଯାଉଛନ୍ତି ମୁମ୍ୱାଇର ଉଦ୍ୟୋଗପତି ନିଖିଲ ୱି ମର୍ଚ୍ଚେଣ୍ଟ ।
➡️୧୭-ବିକିନି ବଡି ବିଲ୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ସାରିନା ପାଣି । ସେ ମୁମ୍ବାଇରେ ଅନୁଷ୍ଠିତ ଆମେଚ୍ୟୁର ଅଲିମ୍ପିଆଡ ବଡି ବିଲ୍ଡିଂରେ ଏହି ପଦକ ହାସଲ କରିଛନ୍ତି । ଏହା ସହିତ ସେ ପ୍ରୋ କାର୍ଡ ମଧ୍ୟ ହାସଲ କରିଛନ୍ତି ।
➡️୧୮-ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ ।
➡️୧୯-ବ୍ୟାଟ୍ସମ୍ୟାନ ବେନ୍‌ ମ୍ୟାକଡରମେଟ୍‌ଙ୍କ ବିଶାଳ ଛକାରେ ଫାଟିଲା ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ ମୁଣ୍ଡ। ବିଗ୍‌ ବାସ୍‌ ଲିଗ୍‌ ୨୦୨୧-୨୨ରେ ହୋବାର୍ଟ ହରିକେନ୍ସ ଏବଂ ପର୍ଥ ସ୍କୋଚର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଲା ଏହି ଦୃଶ୍ୟ ।
➡️୨୦-ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ କ୍ରିକେଟର ହେଲା ଘୋଷିତ । ପୁରୁଷ ରେ ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଥିବା ବେଳେ ମହିଳା ରେ ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ହେଲି ମାଥ୍ୟୁସ୍‌ ସର୍ବଶ୍ରେଷ୍ଠ କ୍ରିକେଟର ଘୋଷିତ କଲା ଆଇସିସି ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.🙏🏻 ଜୟ ଜଗନ୍ନାଥ🙏🏻

Leave A Reply

Your email address will not be published.