ଆଜିର ଅନୁଚିନ୍ତା

ତାରିଖ - ୧୫:୧୨:୨୦୨୧(ବୁଧବାର)

0 238

🦋ହଲଚଲ ହେଉଥିବା ପାଣିରେ ଯେପରି ନିଜ ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ ।
🦋ଏ ଦୁନିଆରେ ଏହି ଦୁଇ ପ୍ରକାର,ସବୁଠାରୁ ବଡ ଅସହାୟ ଅଟନ୍ତି :- ●ରୂପ ବିନା ନାରୀ । ●ଟଙ୍କା ବିନା ପୁରୁଷ ।
🦋ଭଲ ବନ୍ଧୁଟିଏ ପାଇବା ଜମାରୁ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଆମ ଜୀବନରେ ଅନେକ ବନ୍ଧୁ ଆଗେଇ ଆସନ୍ତି, ପରନ୍ତୁ ଦୃଢ ମନୋବଳ,ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ସତ୍ୟ ଓ ପବିତ୍ର ।
🦋ଆପଣ କେତେ ଶିକ୍ଷିତ ତାହା ରୁପ ଦେଖି ନୁହେଁ ବରଂ ଆପଣଙ୍କ ଗୁଣରୁ ହିଁ ବୁଝାପଡେ, ଆପଣ କେତେ ସୁନ୍ଦର ତାହା ଆପଣଙ୍କ ଡିଗ୍ରୀ ଦେଖି ନୁହେଁ ବରଂ ବ୍ଯବହାରରୁ ପ୍ରକାଶ ପାଏ, ଠିକ୍ ସେହିପରି ଆପଣ କେତେ ଭଲପାଆନ୍ତି ତାହା ଉପହାର ଦେଖି ନୁହେଁ ବରଂ ଆପଣଙ୍କ ଆଚରଣରୁ ହିଁ ଜଣାପଡେ ।
➡️”ଯଦି ଆପଣଙ୍କର ଗୋଟେ ମିଛ ରେ କାହା ଉପରୁ ବିପଦ ହଟି ଯାଉଛି ତେବେ ସେପରି ମିଛ କହିଲେ ପାପ ନୁହେଁ ବରଂ ପୁଣ୍ୟ ମିଳିଥାଏ !!
➡️”ଗର୍ବ ଓ ଅହଂକାର ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ , ଏହା ମନୁଷ୍ୟ କୁ ଅନ୍ଧ କରି ଦେଇଥାଏ ଯାହା ଫଳରେ ମନୁଷ୍ୟ ସର୍ବଦା ସତ୍ୟ ଓ ଧର୍ମ ଠାରୁ ଦୂରକୁ ଦୂରକୁ ଚାଲି ଯାଇଥାଏ ଏବଂ ବିନାଶ ର ଦିଗରେ ହିଁ ଅଗ୍ରସର ହୋଇଥାଏ । ତେଣୁ ଗର୍ବ ଓ ଅହଂକାର ରୁ ମୁକ୍ତ ରହି ପ୍ରଭୂ ଙ୍କ ନିକଟରେ ଶରଣାଗତ ହେବାହିଁ ବୁଦ୍ଧିମତ୍ତା ର ପରିଚୟ !!
➡️”ସମାଧାନର ରାସ୍ତା ସବୁବେଳେ ରହିଛି . କେବଳ ନିଜର ଅଭିମାନ , ଅହଙ୍କାର କୁ ଛାଡି ଅଜ୍ଞତାର ଚଷମା ଖୋଲି ସତ୍ୟ , ଧର୍ମ , ଶାସ୍ତ୍ରୀୟ ବିଚାରର ଆଶ୍ରୟ ନେବାର ଅଛି !!
➡️”ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ଏକ ଯନ୍ତ୍ରଣାଦାୟକ କାହାଣୀ ଅଛି , ତେଣୁ ଯନ୍ତ୍ରଣାକୁ ଗ୍ରହଣ କରନ୍ତୁ ଆଉ ସଫଳତା ପାଇବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ !!
ଆଜିର ସୁବିଚାର
➡️”ଜୀବନରେ ଅତି ବେଶି ସରଳ ହୁଅନାହିଁ ।ମନେ ରଖ ଯେମିତି ସର୍ବ ପ୍ରଥମେ ଜଙ୍ଗଲରେ ସିଧା ଗଛଟିକୁ କାଟନ୍ତି ଠିକ ସେମିତି ଅତି ସତ୍ ବ୍ୟକ୍ତି ହିଁ ବେଶି ବିପଦରେ ପଡନ୍ତି !!
➡️”ମଣିଷ ଦୁଃଖ ସହିବାର ଗୋଟିଏ ସୀମା ଅଛି , ଆଉ ଯେତେବେଳେ ଦୁଃଖ ସୀମା ପାର ହୋଇଯାଏ , ସେତେବେଳେ ମଣିଷ ଚୁପ୍ ହୋଇଯାଏ ଆଉ ତାପରେ ନା କାହାକୁ କିଛି ଅଭିଯୋଗ କରେ ନା କାହା ପାଖରୁ କିଛି ଆଶା ରଖେ .. !!”
➡️”ସ୍ବପ୍ନ ଦେଖିବା ପାପ ନୁହେଁ … କିନ୍ତୁ ନିଜର ସ୍ବପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ !!
➡️”ଯିଏ ଆପଣାର ସିଏ କେବେ ଦୂରେଇ ଯାଏନି , ଆଉ ଯିଏ ଦୂରେଇ ଯାଇଛି ସେ କେବେବି ଆପଣାର ନଥିଲା 🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.