ପୁଣି ନବୀନ ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ

0 269

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ) ପୁଣି ନବୀନ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ। ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ପୋଲରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ବରରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।ଦ୍ୱିତୀୟ ସ୍ଥାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି । ତୃତୀୟ ସ୍ଥାନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଅଛନ୍ତି । ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଚମ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ ଓ ଷଷ୍ଟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ।

Leave A Reply

Your email address will not be published.