ପୁଣି ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

0 203

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣିଥରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲଳିତ କଳା ଏକାଡେମୀର ସଭାପତି ରୂପେ ମନୋନୀତ ହୋଇଛନ୍ତି । ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟନିର୍ବାହ କରିଆସୁଥିଲେ ।ପୁଣିଥରେ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟନିର୍ବାହ ନିମନ୍ତେ ରାଜ୍ୟସରକାର ତାଙ୍କୁ ମନୋନିତ କରିଛନ୍ତି ।ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.