ପୁରାତନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କଲା ପୋଲିସ

0 396

ପିପିଲି,୩/୩(ଏସ ଏସ ନିୟୁଜ)ଗତ ଜାନୁୟାରୀ ମାସରେ ଗୋପୀନାଥ ଦେବ ଙ୍କ ମନ୍ଦିରରୁ ଚୋରି ହୋଇଥିବା ପୁରାତନ ଅଷ୍ଟଧାତୁ ମୂର୍ତ୍ତି କୁ ପୋଲିସ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।
ପ୍ରକାଶ ଯେ,ପିପିଲି ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମରୁ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିର କବାଟ ଭାଙ୍ଗି କେହି ଦୁବୃର୍ତ୍ତ ୫ଟି ବହୁ ପୁରାତନ ମୂର୍ତ୍ତି ଚୋରି କରିନେଇ ଥିବା ଜନାର୍ଦ୍ଦନ ଦୀକ୍ଷିତ ପିପିଲି ଥାନାରେ ଅଭିଯୋଗ କରିଥିଲେ । ପିପିଲି ପୋଲିସ ୫୧/ ୨୦୨୧ରେ ଏକ କେସରୁଜ କରି ତଦନ୍ତ ଆରମ୍ଭ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ପିପିଲି ପୋଲିସ କେନ୍ଦୁଝର ଥାନା ଆନନ୍ଦପୁର ଗ୍ରାମର ବାପୁନି ପାଢ଼ୀ (୨୯)ଙ୍କୁ ଗିରଫ କରିବା ସହ ଅଷ୍ଟଧାତୁରେ ନିର୍ମିତ ବିଷ୍ଣୁମୂର୍ତ୍ତି, ମହାଲକ୍ଷ୍ମୀ, କୃର୍ଷ୍ଣ, ଶ୍ରୀରାଧା ଓ ଗରୁଡଦେବ ମୂର୍ତ୍ତି ପୋଲିସ ଉଦ୍ଧାର କରିବା ସହ ବାପୁନି ଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.