ଚୋରୀ ଟ୍ରାକ୍ଟର ଡ଼ାଲା ଉଦ୍ଧାର, ଜଣେ ଗିରଫ

0 696

ଡେଲାଙ୍ଗ,୩/୩(ଏସ ଏସ ନିୟୁଜ) ଡେଲାଙ୍ଗ ଥାନା ଅର୍ନ୍ତଗତ ଜେନାପୁର ପଞ୍ଚାୟତର ମାଣଚିନା ଗ୍ରାମରୁ ଚୋରି ହୋଇଥିବା ଟ୍ରାକ୍ଟର ଡାଲା କୁ ପୋଲିସ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଲନ ଗ୍ରାମର ପ୍ରଫୁଲ୍ଲ ଦାସ।
ପ୍ରକାଶ ଯେ,ସୋମନାଥ ବିଶ୍ୱାଳଙ୍କର ଏକ ଟ୍ରାକ୍ଟର ଡାଲାଫ୍ରେବୁୟାରୀ ୨୬ ତାରିଖରେ ଚୋରି ହୋଇଥିବା ନେଇ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ୪୨/୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲା । କୌଣସି ସୂତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଲନ ଗ୍ରାମର ପ୍ରଫୁଲ୍ଲ ଦାସଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ଚୋରା ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ପ୍ରଫୁଲ୍ଳ ଉକ୍ତ ଚୋରି ଟ୍ରାକ୍ଟର ଡାଲା ବଳଙ୍ଗା ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ବିକ୍ରି କରିଥିବା କଥା ପୋଲିସ ଆଗରେ ମାନିବା ପରେ ପୁଲିସ ଷୋଳହଳ ଗ୍ରାମରୁ ଉକ୍ତ ଚୋରି ଟ୍ରାକ୍ଟର ଡାଲା ଜବତ କରିବା ସହ ପୁଲିସ ପ୍ରଫୁଲକୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.