ଆଜିର ଅନୁଚିନ୍ତା

ତାରିଖ - ୦୪:୦୩:୨୦୨୧ (ଗୁରୁବାର )

0 356

➡️ଜନ୍ମର ୨୧ ଦିନଠାରୁ ଜୀବନ ଆରମ୍ଭ ମରଣର ୧୨ ଦିନଠାରୁ ଜୀବନ ଶେଷ
ଲୋଭ ମାୟାରେ ପଡି କୁହନ୍ତି ସବୁ ମୋର ମୋର ସବୁ ମାୟାରେ ବାୟା
➡️ଯାହାର ମନ ପବିତ୍ର ଥାଏ ସେ ଈଶ୍ବର ନ ପୁଜିଲେ ମଧ୍ୟ ଈଶ୍ବରଙ୍କ କୃପା ସାଥିରେ ରହିଥାଏ ।ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ବରଙ୍କ ମୂର୍ତ୍ତି ରଖିଲେ ବା ପୁଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନ ଥାଏ ।
➡️ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି । ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ ।
➡️ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କର କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ ।
➡️ସମ୍ମାନ ଆଉ ପ୍ରଶଂସା ମାଗନ୍ତି ନାହିଁ, ଅର୍ଜନ କରିବାକୁ ପଡେ ।
➡️Relationships ରେ ଯଦି ସବୁ କଥାରେ ପ୍ରମାଣ ଦେବାକୁ ପଡେ ତେବେ ଏହି ଭଳି Relationships ରୁ ଦୂରେଇ ରହିବା ଭଲ ।
  ଆଜିର ସୁଵିଚାର
➡️ଯେଉଁ ଆଖି ଗୋଲାପ ଦେଖିଛି ତାହା କଂଟା ଦେଖିବାରେ ମଧ୍ୟ ଅଭ୍ୟସ୍ତ ହେବା ଉଚିତ୍ ।
➡️ପରର ଦୋଷ ଦେଖିବା ପୂର୍ବରୁ ନିଜର ଦୋଷ ସଂଶୋଧନ କରିବା ଉଚିତ୍ ।
➡️ଯେଉଁମାନଙ୍କର ମନ ଛୋଟିଆ, ସେମାନଙ୍କୁ ଛୋଟିଆଟି ବଡ ଜଣାପଡେ ।
➡️ଯାହାର ଚକ୍ଷୁ ନଷ୍ଟ ସେ ଅନ୍ଧ ନୁହେଁ । ଯେ ନିଜର ଦୋଷ ଛପେଇ ରଖେ ସେ ଅନ୍ଧ ।
➡️ମନୁଷ୍ୟ ହୃଦୟର ପାଗଳାମୀର ଅନ୍ୟ ନାମ ହେଉଛି, ଘୃଣା ।
ଆଜିର ସାଧୁବାଣୀ
➡️ନିଛାଟିଆ ସ୍ଥାନରେ, ଫୁଲ ବଗିଚାରେ, ଶ୍ମଶାନରେ, ପୁରୁଷ ନଥିବା ଯୁବତୀ ଘରେ, ଗୁରୁଜନ ବସିଥିବା ସ୍ଥାନରେ, ଦେଉଳରେ, ବେଲ, ନଡ଼ିଆ, କଇଥ ଗଛ ମୂଳରେ, ରୋଗିର ବିଛଣାରେ, ବଣ ଭୂଇଁରେ, ହାଟରେ କେବେ ଶୋଇବା କଥା ନୁହେଁ।
➡️ଠାକୁର ଘର ସର୍ବଦା ଘର ଭିତରକୁ ଯିବାବେଳେ ପ୍ରଥମେ ଆସିବା ଆବଶ୍ୟକ ଏବଂ ଠାକୁର ସର୍ବଦା ପୂର୍ବ ଦିଗକୁ ମୁହଁ ହେବା ଆବଶ୍ୟକ।
➡️ଗୋଟିଏ ସିଧା ଲାଇନ୍ ରେ ଘରର ତିନୋଟି କବାଟ କରିବା ଅନୁଚିତ୍।ମାଛ ଜାର ବା ଆକ୍ୟୁରୀୟମ୍ ରେ ସୁନେଲି ମାଛ ରଖନ୍ତୁ ଏବଂ ଏହି ଜାର କୁ ରୋଷେଇ ଘର ବା ବେଡ଼ରୁମ ରେ ରଖନ୍ତୁ ନାହିଁ।
➡️ଶ୍ବେତ ଅରଖର ଚେର ନିଜ ବାହୁରେ ବାନ୍ଧିଲେ ରାତିରେ ଭୟ ଲାଗିବା ଏବଂ ଦୁଃସ୍ବପ୍ନ ଦେଖିବାରୁ ମୁକ୍ତି ମିଳିଥାଏ ।
➡️ବାରମ୍ବାର ଧନ ହାନି ହେଉଥିଲେ ଯେକୋୖଣସି ବୁଧବାର କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନକଲେ ଶୁଭଫଳ ମିଳିଥାଏ।
      ଆଜିର ନୀତିବାଣୀ
➡️ନିଜର ବ୍ୟବହାରକୁ ପବିତ୍ର ରଖିଲେ ବଦନାମକୁ ଭୟ କରିବାର ଆବଶ୍ୟକତା ନାହିଁ । କାରଣ ମଇଳା କାନ୍ଥରେ ଲାଗିପାରେ ମାତ୍ର ଶଙ୍ଖମର୍ମର ପ୍ରସ୍ତରରେ ତାହା ଲାଗି ପାରିବ ନାହିଁ ।
➡️ପାପ ମୋ ନିକଟକୁ ଆସିବ ନାହିଁ’ ଏହିପରି ଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁ ବିନ୍ଦୁ ଜଳ ପଡି ଜଳ କୁମ୍ଭ ପୂର୍ଣ୍ଣ ହୋଇଯାଏ । ପାପର ଅଳ୍ପ ଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ ।
➡️ପରିଶ୍ରମ ହେଉଛି ସୁନାର ଚାବିକାଠି, ତାହା ଭାଗ୍ୟର ଫାଟକକୁ ଖୋଲିଦିଏ ।
ଚାଣକ୍ୟ ନୀତିବାଣୀ
➡️ବନ୍ଧନତ ଅନେକ ପ୍ରକାର । ତେବେ ପ୍ରେମର ବନ୍ଧନ ସବୁଠାରୁ ଅଧିକ ଶକ୍ତିଶାଳୀ ।
➡️ନାରୀ ସହିତ ପ୍ରେମର ବନ୍ଧନ ଖୁବ୍ ଶକ୍ତିଶାଳୀ । କାଠରେ ସୁଡଙ୍ଗ କରିପାରୁନଥିବା ଭଅଁର ଫୁଲର ହୃଦୟ ଚିରି ତା ଭିତରେ ପ୍ରବେଶ କରିପାରେ । ପାଖୁଡାରେ ବନ୍ଦୀ ହୋଇ ଆନନ୍ଦ ପାଇଥାଏ । ପ୍ରେମର ବନ୍ଧନ ସବୁଠାରୁ ଶକ୍ତିଶାଳୀ । କିନ୍ତୁ ଯେଉଁ ପାଗଳ ଭାବୁଥାଏ ଯେ ସୁନ୍ଦରୀ ଯୁବତୀ ତା ପ୍ରେମରେ ପାଗଳିନୀ ସେ ଦିନେ ସେଇ ନାରୀର ପ୍ରେମ ଜାଲରେ ବନ୍ଦୀ ହୋଇ ତାରି ଇଶାରାରେ ମାଙ୍କଡ ପରି ନାଚିଥାଏ ।
ଭାଗବତ ବାଣୀ
ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି-ସାଧୁସନ୍ଥମାନେ ହେଉଛନ୍ତି ଅତ୍ୟନ୍ତ ସୌଭାଗ୍ୟବାନ୍ ପୁରୁଷ; କାରଣ ସେମାନଙ୍କ ଗହଣରେ ସଦାସର୍ବଦା ମୋରି ଲୀଳାଚରିତର ଚର୍ଚ୍ଚା ଚାଲିଥାଏ । ମୋର ଲୀଳାଚରିତ ମନୁଷ୍ୟମାନଙ୍କ ନିମନ୍ତେ ଅତ୍ୟନ୍ତ ହିତକର । ଯେଉଁମାନେ ତାହା କହିବା ଓ ଶୁଣିବାରେ ଶ୍ରଦ୍ଧା ରଖନ୍ତି, ସେମାନଙ୍କର ସକଳ ପାପ ଧୋଇ ହୋଇଯାଏ । ଯେଉଁମାନେ ଆଦର ଓ ଶ୍ରଦ୍ଧାର ସହିତ ମୋର ଲୀଳା-କଥା ଶ୍ରବଣ, ଗାନ ଓ ଅନୁମୋଦନ କରନ୍ତି, ସେମାନେ ମୋର ପରାୟଣ ହୋଇଯାଆନ୍ତି ଓ ମୋର ପ୍ରେମୀଭକ୍ତ ହୋଇଯାଆନ୍ତି ।

 

Leave A Reply

Your email address will not be published.