ପୁରୀ ମୁଖ୍ୟକେନାଲ ନେଲା ଜୀବନ

0 300

ବାରଙ୍ଗ,୨୦/୯(ଏସ ଏସ ନିୟୁଜ) କେନାଲ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ବୃଦ୍ଧ ମୃତ।ମୃତକ ଜଣକ ହେଉଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଗ୍ରାମର ପ୍ରଫୁଲ୍ଲ ଭଟ୍ଟ (୬୫)।ସୂଚନା ଅନୁସାରେ ବୃଦ୍ଧ ଜଣକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଗ୍ରାମମୁଣ୍ଡ ପୁରୀ ମୁଖ୍ୟ କେନାଲ କୁ ଗାଧୋଇବାକୁ ଯାଇଥିଲେ।ତେବେ ଅସାବଧାନତା ଯୋଗୁଁ ସେ ପାଣିରେ ବୁଡି ଯାଇଥିଲେ।ଦୀର୍ଘ ସମୟ ପର‌୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ।କୌଣସି ପତ୍ତା ପାଇନଥିଲେ।ଶେଷରେ ଅପରାହ୍ନ ୪ ଟା ସମୟରେ ସେ ଗାଧୋଉଥିବା ସ୍ଥାନ ଠାରୁ ଶହେ ମିଟର ଦୂର ପୁରୀ ମୁଖ୍ୟ କେନାଲରେ ତାଙ୍କର ମୃତଦେହ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ।ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ।

Leave A Reply

Your email address will not be published.